ଲକଡାଉନ୍ ନିୟମ ଉଲଂଘନ କରି ଖଣିର ପରିବହନ କାର୍ଯ୍ୟ ବନ୍ଦ କରିବା ଅଭିଯୋଗରେ ୯ ଗିରଫ

ଯୋଡା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ଏସେଲ ଖଣି ଓ ଜଜାଙ୍ଗସ୍ଥିତ ଜଜାଙ୍ଗ ଖଣିର ପରିବହନ କାର୍ଯ୍ୟକୁ ବନ୍ଦ କରିଥିବା ଅଭିଯୋଗରେ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ମଙ୍ଗଳବାର ପୂର୍ବାହ୍ନରେ ଜୁରୁଡିସ୍ଥିତ ଏସେଲ ଖଣିର ମୁଖ୍ୟ ପରିବହନ ଗେଟ୍ ରେ ସ୍ଥାନୀୟ ଜୁରୁଡି ଓ ଜଜାଙ୍ଗ ଗ୍ରାମ ପଂଚାୟତ ର ସ୍ଥାନୀୟ ଲୋକେ ଉକ୍ତ ଖଣିରେ ପରିବହନ କାର୍ଯ୍ୟ ଦାବିରେ ଖଣିର ମୁଖ୍ୟ ପରିବହନ ଗେଟ୍ ବନ୍ଦ କରି ପରିବହନ କାର୍ଯ୍ୟ ବନ୍ଦ କରିଦେଇଥିଲେ । । ସେହିପରି ଜଜାଙ୍ଗ ଖଣିରେ ମଧ୍ୟ ଖଣିର ପରିବହନ କାର୍ଯ୍ୟ ବନ୍ଦ କରିଥିଲେ । ଏନେଇ ଦୁଇ ଖଣି କମ୍ପାନୀ ପକ୍ଷରୁ ପୋଲିସରେ ଅଭିଯୋଗ ହେବାରୁ , ପୋଲିସ ଦୁଇଟି ପୃଥକ ମାମଲା ନଂ ୫୧/୨୦୨୦ ଓ ୫୨/୨୦୨୦ ରୁଜୁ କରିବା ସହିତ ଦଫା ୧୪୩, ୨୬୯, ୨୭୦, ୨୮୩, ୧୨୦(ବି), ୧୪୯ ଆଇପିସି ଏବଂ ୩ ଏପିଡଡେମିକ୍ ଡିଜିଜ୍ ଆକ୍ଟ ରେ ଅଭିଯୁକ୍ତ ଗାନ୍ଧି ଲୋହାର, ରତ୍ନାକର ହଂସ, ନରେନ୍ଦ୍ର ମୁଣ୍ଡା, ଘାସିରାମ୍ ମାଝି, ଶିଶିର ମାଝି, ଲକ୍ଷ୍ମୀଧର ନାଏକ, ରଂଜିତ ମୁଣ୍ଡା, ଶିବ କାରୁଆ , ସମ୍ବିତ କୁମାର ବାଗତୀଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ