ଲକ୍ଷଣପଲ୍ଲୀରେ ପୋଲସରା ଥାନା “ଆମ ପୋଲିସ ସମିତି” ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଥାନା “ଆମ ପୋଲିସ ସମିତି” ବୈଠକ ନଭେମ୍ବର ୨୦ ତାରିଖ ଦିନ ଲକ୍ଷଣପଲ୍ଲୀ ଗ୍ରାମର ରାଜଶ୍ରୀ ବଳାସୀ ସମାଜ ଗୃହରେ ଅନୁଷ୍ଠିତ ହୋଇଥିଲା। ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ପୋଲସରା ଥାନା ଆରକ୍ଷୀ ସହ ଉପନିରୀକ୍ଷକ ବାବୁଲାଲ ରାଉଳ ଓ ଆରକ୍ଷୀ ସହ ଉପ ନୀରିକ୍ଷକ ପୁରୁଷୋତ୍ତମ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ବିଶେଷ ଭାବେ ଟ୍ରାଫିକ ସମସ୍ୟା ଓ ସାଇବର ଠକେଇ ବିଷୟରେ ଆଲୋଚନା ହୋଇଥିଲା। ଏଥିସହ ଗୁଣିଗାରେଡି ଭଳି ଅନ୍ଧ ବିଶ୍ବାସ ଠାରୁ ଦୂରେଇ ରହିବା, ଶିଶୁ ଶ୍ରମିକଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନକରିବା,ମୋବାଇଲ ଦ୍ବାରା ନିଜର ବ୍ଯାଙ୍କ ସମ୍ପର୍କିତ ତଥ୍ୟ ନଦେବା, ନାରୀ ନିର୍ଯ୍ୟାତନା ପ୍ରଭୃତି ବିଷୟ ନେଇ ଆଲୋଚନା ହୋଇ ଜନସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ଲୁଲୁ ପ୍ରଧାନ, ନାରାୟଣ ସାହୁ, ମନୋଜ କୁମାର ସାହୁ, ରଞ୍ଜନ କୁମାର ସାହୁ, ସୁଶାନ୍ତ ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ସମିର ସାହୁ ସମେତ ଲକ୍ଷଣପଲ୍ଲୀ ଗ୍ରାମର ବହୁ ଜନସାଧାରଣ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ