“ଘୁମୁସର ର ସ୍ବର” ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ସ୍ଥିତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ରାଜ୍ୟ ସ୍ତରୀୟ ସାହିତ୍ୟ ଆଲୋଚନା ଚକ୍ର, କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ଉତ୍ସବ କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହ ମୁଖ୍ୟ ବକ୍ତା ଏବଂ କବି ଅନନ୍ତ କର, ଡ଼. ବିଷ୍ଣୁ ପ୍ରିୟା ପଣ୍ଡା, ସୁକୁମାର ବିଶ୍ବାଳ, ଚିନ୍ମୟ ମିଶ୍ର, ବାଳକୃଷ୍ଣ ପଟ୍ଟନାୟକ ଓ ଗୈାରିଶଙ୍କରମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ “ସାଂପ୍ରତିକ ସମୟର ସାହିତ୍ୟ” ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଶେରଗଡ଼ ତହସିଲଦାର ତଥା କବି ଡ଼. ଦୟାସିନ୍ଧୁ ପରିଡା ଓ କବି ଭାସ୍କର ରାଉତ ଙ୍କୁ ଅନୁଷ୍ଠାନ ପକ୍ଷରୁ “ଘୁମୁସର ର ସ୍ବର” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କବି ବଂଶୀଧର ମହାରଣା, ଭାସ୍କର ରାଉତ ଓ ପ୍ରଦୀପ୍ତ ସିଂହଙ୍କ ତିନୋଟି ପୁସ୍ତକ ଉନ୍ମୋଚନ ହୋଇଥିଲା। ଶେଷ ପର୍ଯ୍ୟାୟରେ କବିତା ଆସର କାର୍ଯ୍ୟ କ୍ରମରେ କବି ଅରବିନ୍ଦ ପଣ୍ଡା, ମନୋଜ ପଟ୍ଟନାୟକ, ଅନୀଲ ତ୍ରିପାଠୀ, ଜିତେନ୍ଦ୍ର ବିଷୋୟୀ, ଅଜୀତ ତ୍ରିପାଠୀ, ପ୍ରଶାନ୍ତ କୁମାର ଅଚାରୀ, ସିମାଞ୍ଚଳ ପଣ୍ଡା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, କାର୍ତ୍ତିକେଶ୍ବର ପ୍ରଧାନ, ତିରୁମୁଲା ଆଚାରୀ, ଇ.ବାଳକୃଷ୍ଣ ଦୋରା, କୈଳାଶ ପ୍ରଧାନ, ଖଲି ପରିଡା, ସୂର୍ଯ୍ୟ ସାମନ୍ତରା, ସନ୍ତୋଷ ସେଠୀ, ରାଜୀବ ଲୋଚନ ପାଣିଗ୍ରାହୀ, ସୁଧାଂଶୁ ତ୍ରିପାଠୀ, ସୁରେନ୍ଦ୍ର ପାଣିଗ୍ରାହୀ, ଭୋଳା ଶଙ୍କର ସେଠୀ, ଶରତ ଚନ୍ଦ୍ର ପଣ୍ଡା, ନିରାକାର ବିଷୋୟୀ, ଗଙ୍ଗାଧର ବେହରା ପ୍ରମୁଖ କବି ବୃନ୍ଦ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ଖଲି ପରିଡା ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାନର ସମ୍ପାଦକ ଇ.ବାଳକୃଷ୍ଣ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ