ଲକ୍ଷ୍ମୀଦତ୍ତ ହତ୍ୟା ମାମଲା…

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ବହୁ ଚର୍ଚ୍ଚିତ ବିଜେଡି ନେତା ତଥା ଛତ୍ରପୁର ଏନ୍ଏସିର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ ବଚନ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ପୁଣି ଆସନ୍ତାମାସ ୧୨ ତାରିଖ ଦିନ ଧାର୍ଯ୍ୟ କରିଛନ୍ତି । ଆଜି ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ ଦାଖଲ ହେବାର ଥିଲା । ମାମଲାରୁ ବାଦ୍ ଦେବା ଲାଗି ଜଣେ ଏବଂ ଜାମିନ୍ ପାଇଁ ଜଣେ ଅଭିଯୁକ୍ତ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ନିକଟରେ ଆବେଦନ କରିଥିବାରୁ ଆଜି ମାମଲାର ଚାର୍ଜଫ୍ରେମ୍ ହୋଇ ପାରିନାହିଁ । ଅଭିଯୁକ୍ତ ସନ୍ତୋଷ କୁମାର ସେଠୀଙ୍କ ଜାମିନ୍ ଆବେଦନକୁ ଅତିରିକ୍ତ ଜିଲ୍ଲା ଜଜ୍ ଖାରଜ କରିଥିବା ବେଳେ ମାମଲାରୁ ବାଦ୍ ଦେବାକୁ ଅଭିଯୁକ୍ତ ସଞ୍ଜୟ ଗୌଡ ଆବେଦନର ଶୁଣାଣି ଆସନ୍ତାମାସ ୧୨ ତାରିଖକୁ ଧାର୍ଯ୍ୟ ହୋଇଛି । ସେହିଦିନ ହିଁ ଏହି ହତ୍ୟା ମାମଲାର ଚାର୍ଜଫ୍ରମେ୍ ଦାଖଲ ହେବ ବୋଲି ମଧ୍ୟ ଅତିରିକ୍ତ ଜିଲ୍ଲା ଜଜ୍ ଆଜିର ଶୁଣାଣି ସମୟରେ ଦିନ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ତରଫରୁ ଆଜି ଏହି ମକଦ୍ଦମା ସରକାରୀ ଓକିଲ ରେମଶ ଚନ୍ଦ୍ର ଚୌଧୂରୀ ଓ ଡମିନାଥ ସାହୁ ପରିଚାଳନା କରିଥିଲେ । \n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ