ଲକ୍ଷ୍ମୀପୁର ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଠାରେ ଥିବା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ସିଏଚ୍. ଗୀତାଞ୍ଜଳୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି, ମୁଖ୍ୟବକ୍ତା ଭାବେ ସୁରେଶ ସାହୁକାର, ଅନ୍ୟତମ ଅଥିଥି ବାବେ ଜିଲ୍ଲାପରିଷଦ ସଦସ୍ୟ ପିତାମ୍ବର ନାୟକ, ସରପଞ୍ଚ ସନ୍ୟାସୀ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଜଗନ୍ନାଥ ଭୂୟାଁ, ଏସଏସଡି ସଦସ୍ୟ ସନ୍ୟାସୀ କାର୍ଯୀ ପ୍ରମୁଖ ମଞ୍ଚାସୀନଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦ ଯଥା ରମେଶ ଶବର, ଭାସ୍କର ଶବର, ସୂର୍ଯ୍ୟନାରାୟଣ ପ୍ରଧାନ, ଜଗନ୍ନାଥ ରାଓ ଏବଂ ସାମ୍ବାଦିକ କୁଞ୍ଜବିହାରୀ ବଡକୁମର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ସହ ରଙ୍ଗା ରଙ୍ଗ ସାଂସ୍କୃତିକ ନୃତ୍ୟଗୀତ ପରିବେଶଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରିଥିଲେ । ଏଥି ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସହଯୋଗ ପାଇ ମଧ୍ୟ ପ୍ରତ୍ସାହନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସୁନିଲ କୁମାର ନାୟକ, ପ୍ରକାଶ ପାତ୍ର, କରୁଣାନିଧି ପଟ୍ଟନାୟକ, ଲୋକନାଥ ମାନ୍ତ୍ର, ଫିରଜଖାନ୍ ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଗୀତାଞ୍ଜଳୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।