ଲକ୍ଷ୍ମୀପୁର ଠାରେ ଖୋଲିଲା ଧାନ ମଣ୍ଡି

ଛତ୍ରପୁର,(ଦେବଦତ୍ତ ମହାରଣା): ଜିଲ୍ଲା ଯୋଗାଣ ବିଭାଗ ଓ ମିଶନ ଶକ୍ତି ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତର ମା ସମଲେଇ ଏସଏଚଜି ଚଳିତ ଖରିଫ ଋତୁ ୨୦୨୦-୨୧ରେ ଧାନ ସଂଗ୍ରହ କରିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଏସଏଚଜି ପକ୍ଷରୁ ବିଧିବଦ୍ଧ ଭାବରେ ଗୁରୁବାର ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କାରଯାଇଛି । ଲକ୍ଷ୍ମୀପୁର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀ, ସରପଞ୍ଚ ଏମ.ନାରସୁମୁଲୁ ରେଡ୍ଡୀ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ , ମିଶନ ଶକ୍ତିର ବିଏମଏସସି ରଚନା ପ୍ରଧାନ, ବିପିସି ବି.ଶ୍ରୀଲକ୍ଷ୍ମୀ ସୁବୁଦ୍ଧି, ମା ସମଲେଇ ଏସଏଚଜି ଗୃପର ବହୁ ମହିଳା ମାନେ ଉପସ୍ଥିତ ଥିଲେ । ଲକ୍ଷ୍ମୀପୁର ନାଉଳି ଓ ଗୋବିନ୍ଦପୁର , ଗ୍ରାମର ୪୧୨ଜଣ ଚାଷୀ ଧାନ ବିକିବା ନିମନ୍ତେ ପଞ୍ଚିକୃତ କରିଛନ୍ତି । ଏମାନଙ୍କ ଠାରୁ ମା ସମଲେଇ ଏସଏଚଜି ଗୃପ ଧାନ ସଂଗ୍ରହ କରିବ ବୋଲି ସୂଚନା ମିଳିଛି । ୨ଜଣ ଚାଷୀଙ୍କ ଟୋକେନ ଜେନେରେଟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ