ଲକ୍ଷ୍ମୀପୁର ବ୍ଲକ୍ ସଦର ମହକୂମା ଠାରେ ଅତି ଆଡମ୍ବର ସହକାରେ ଦୁର୍ଗାପୂଜା ପାଳନ

କୋରାପୁଟ/ଲକ୍ଷ୍ମୀପୁର, (ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦରସ୍ଥ୍ ନୁଆଁ ବସଷ୍ଟାଣ୍ଡ ରେ ଆୟୋଜିତ ଦୁର୍ଗାପୂଜା ମଣ୍ଡପ ରେ ଦଶହରା ଉପଲକ୍ଷେ ଚାଲିଛି ମା ଙ୍କ ଦୁର୍ଗାଙ୍କ ପୂଜା।  ଯାହାକୁ ନେଇ ଏବେ ଉତ୍ସବ ମୁଖରିତ ଲକ୍ଷ୍ମୀପୁର । ବ୍ଲକ ସଦର ମହକୁମାରେ ଗୋଟିଏ ହିଁ ଦୁର୍ଗା ମେଢ଼ ପ୍ରତିବର୍ଷ ହଉଥିବା ବେଳେ ଷଷ୍ଠୀ ଠାରୁ ଆରମ୍ଭ ହୋଇଛି ପୂଜାପାଠ। ତନ୍ତ୍ର, ମନ୍ତ୍ର ଓ ଚଣ୍ଡୀ ପାଠ ରେ ଉଛୁଳୁଛି ପୂଜା ମଣ୍ଡପ ।ଏହି ପୂଜା ଅବସରରେ ଲକ୍ଷ୍ମୀପୁର ସଦର ମହକୁମା କୁ ଆଲୋକ ମାଳା ରେ ସୁସ ଜିତ କରାଯିବା ସହ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି । ମଣ୍ଡପ ରେ ମା ଦୁର୍ଗା ଙ୍କ ସମେତ ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତିକ ଙ୍କ ସହ ଦୁଇ ସଖି ମଧ୍ୟ ପୂଜା ପାଉଛନ୍ତି।ଚଳିତ ବର୍ଷ ଏହି ପୂଜା କୁ ୨୫ ବର୍ଷ ପୂର୍ତ୍ତି ହେଉଥିବା କାରଣରୁ ରୌପ୍ୟ ଜୟନ୍ତୀ ଉତ୍ସବ ଭାବରେ ନିଆଯାଇ ଧୂମଧାମ ରେ ପୂଜା ଆୟୋଜନ କରାଯିବା ନିମନ୍ତେ କମିଟି ତରଫରୁ ନିଷ୍ପତି ନିଆଯାଇଛି। ରବିବାର ଠାରୁ ମା ଙ୍କ  ଷଷ୍ଠୀ ପୂଜା ଆରମ୍ଭ କରାଯାଇଥିବା ବେଳେ ଗୁରୁବାର ଦିନ ଦଶହରା ପୂଜା ଅନୁଷ୍ଠିତ ହେବ।  ଦଶମୀ ପୂଜା ସମାପନ ହେବାସହ ବ୍ଳକ ପଡିଆ ରେ ରାବଣ ପୋଡି ରେ ଆୟୋଜନ ରଖାଯାଇଛି।  ରାବଣ ପୋଡି ନିମନ୍ତେ ଗୁରୁବାର ଦିନ ଆଖପାଖ ଅଞ୍ଚଳ ରେ ହଜାର ହଜାର ଲୋକଙ୍କ ଗହଳି କୁ ଦୃଷ୍ଟି ରେ ରଖି  କମିଟି ତରଫରୁ ମେଲୋଡି ଓ ପୌରାଣିକ ନାଟକ  ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି।ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫ୍ରେଣ୍ଡସ ୟୁଥ ଆସୋସିଏସନ ସହ ନୂତନ ଯୁବପିଢ଼ି ଓ ବଣିକ ସଙ୍ଘ କର୍ମକର୍ତା ଙ୍କ ସହଯୋଗ ରେ ଅଧିକ ଆକର୍ଷିତ ହୋଇଛି ପୂଜା ମଣ୍ଡପ।ପୂଜା କମିଟି ସଭାପତି ଉମାଶଙ୍କର କର୍କରା ଙ୍କ ସହ ଦେବେନ୍ଦ୍ର ନାଥ ସାହୁ, ରାମକ୍ରୀଷ୍ଣା ରାଓ,ମନୋଜ ସାହୁ,ତପନ ସାହୁ, ବଳିଆ ବିଶୋଇ, ଅଜସ୍ୱୀ ସାହୁ,ସଂଗ୍ରାମ ବେହେରା ଙ୍କ ସମେତ ଯୁବଗୋଷ୍ଠୀ ପୂଜା କୁ ସହଯୋଗ କରୁଛନ୍ତି।ଗହଳି କୁ ଦୃଷ୍ଠୀ ରେ ରଖି ଟ୍ରାଫିକ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ସଜାଡ଼ିବା ନିମନ୍ତେ ଲକ୍ଷ୍ମୀପୁର ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ