ଲକ୍ଷ୍ମୀପୂଜାରେ ଝଲସିଲା ହାଟଡିହି ଓ ଛେନାପଦିଛକ
ହାଟଡ଼ିହି(ଯୁଗାବ୍ଦ ନ୍ୟୁଜ) : ଆଜି ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା । ଏଥିପାଇଁ ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ମା ଲକ୍ଷ୍ମୀଙ୍କର ପୂଜା ବଡ ଧୁମଧାମରେ ପାଳିତ ହେଉଛି । ହାଟଡିହି ବ୍ଲକର ହାଟଡିହି, ଜଳକଳଙ୍ଗ, ଛେନାପଦି, ଶାସଙ୍ଗ, ଚୋରଗଡିଆ, ଶାଳଣିଆଁ, ଅଣାଛକ, ମଲାରପଦା, ଶିବନାରାୟଣପୁର, ବରାଙ୍ଗ ଆଦି ସ୍ଥାନରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଛି । ୭ଦିନ ଧରି ଚାଲିବାକୁ ଥିବା ଏହିପୂଜା ଅବସରରେ ହାଟଡିହି ଓ ଛେନାପଦି ବଜାର ଝଲସି ଉଠିଛି । ହାଟଡିହି ଠାରୁ ଛେନାପଦିଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୭ଟି ମଣ୍ଡପ ନିର୍ମାଣ କରାଯାଇ ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଛେନାପଦି ଛକ ତାରିଣୀ ବଜାର ପୂଜା କମିଟି ପକ୍ଷରୁ ସୁଧାକର ଓଝା, ତାପସ ରାୟ, କିଶୋର ଆଚାର୍ଯ୍ୟ, ସୁଶାନ୍ତ ରାଉତ, ଭାଗ୍ୟଧର ସାମଲ, କୃଷ୍ଣଚନ୍ଦ୍ର ରାଉତ, ଅକ୍ଷୟ ଓଝା, ସୁଶାନ୍ତ ଜେନା, ସୁବାସ ଓଝା, ଅଜୟ ସ୍ୱାଇଁ, ମଙ୍ଗୁଳି ବିଶ୍ୱାଳ, ରଞ୍ଜନ ସା, ଯୁବରାଜ ସାମଲ, ବିକାଶ ବିଶ୍ୱାଳ, ଦୁର୍ଯ୍ୟୋଧନ ସାହୁ, ପ୍ରଶାନ୍ତ ରାଉତ, ସୌମେନ୍ଦ୍ର ମଲ୍ଲିକ, ଦିଲ୍ଲିପ ଜେନା, ସୁଶାନ୍ତ ଜେନା, ପାର୍ଥ ରାଉତ, ହିମାଂଶୁ ନାୟକ, ସୁଧାଶୁଂ ବିଶ୍ୱାଳ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ସେହିପରି ବଉଳାରୋଡ ପୁଜା କମିଟି ପକ୍ଷରୁ ସୁଦର୍ଶନ ସା, ହଳଧର ଜେନା, କେଶବ ନାୟକ, ମହେଶ୍ୱର ସା, ପୁର୍ଣ୍ଣଚନ୍ଦ୍ର ସାହୁ, ନବକିଶୋର ନାୟକ, ବିପିନି ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ଟାଙ୍କି ବଜାର ପୂଜା କମିଟି ପକ୍ଷରୁ ଶମ୍ବୁନାଥ ରାଉତ, ପ୍ରଶାନ୍ତ ବେହେରା, ଟୁକୁ ପଢ଼ିଆରୀ, ସୌମ୍ୟରଞ୍ଜନ ଜେନା, ନଣ୍ଡା ଜେନା, ଜୀବନ ସ୍ୱାଇଁ, ହରେକୃଷ୍ଣ ଓଝା, ଜଗବନ୍ଧୁ କର, ସନ୍ତୋଷ ରାୟ, ରବି ତ୍ରିପାଠୀ ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରୁଛନ୍ତି । ସେହିପରି ଜଳକଳଙ୍ଗ ପୂଜାରେ ବୁଦ୍ଧଦେବ ଜେନା କର୍ତ୍ତାଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ସଦାଶିବ ଚକ୍ର, କାମପାଳ ନାୟକ, ଗୋପାଳ ନାୟକ, ଶଙ୍କର୍ଷଣ ନାୟକ, ନରେନ୍ଦ୍ର ସା, ପଙ୍କଜ ଜେନା, ସନାତନ ଜେନା, ଭଗବାନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି ଛେନାପଦି ଲକ୍ଷ୍ମୀବଜାର ପୂଜା କମିଟି ତରଫରୁ ଦିନବନ୍ଧୁ ଓଝା, ରବିନ୍ଦ୍ର କୁମାର ଜେନା, ମୁକ୍ତିକାନ୍ତ ପାଢ଼ୀ, ଆନନ୍ଦ ନାୟକ, ସଞ୍ଜୟ ପତି, ସୌମ୍ୟରଞ୍ଜନ ବରାଳ, ନିତ୍ୟାନନ୍ଦ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ତୁଳସୀ କମ୍ପେ୍ଲକ୍ସ ରେ ଦେବେନ୍ଦ୍ର ଜେନା, ରବିନ୍ଦ୍ର ନାୟକ, ସତ୍ୟବ୍ରତ ଜେନା, ଅକାଶ ସା, ଜଚିନ୍ଦ୍ର ସା, ନାରାୟଣ ସାହାଣି ପ୍ରମୂଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ସମଗ୍ର ଦୁଇଟିଯାକ ବଜାର ରଙ୍ଗିନି ଆଲୋକମାଳାରେ ଝଲସି ଉଠୁଥିବାବେଳେ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରତି ମଣ୍ଡପ ନିକଟରେ ବ୍ରାହ୍ମଣ ମାନଙ୍କ ବେଦପାଠ ଓ ମନ୍ତ୍ରଧ୍ୱନୀରେ ପ୍ରଙ୍କମ୍ପିତ ହୋଇଉଠୁଛି ।


