ଲକ୍ଷ୍ମୀପୂଜାରେ ଝଲସିଲା ହାଟଡିହି ଓ ଛେନାପଦିଛକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା । ଏଥିପାଇଁ ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ମା ଲକ୍ଷ୍ମୀଙ୍କର ପୂଜା ବଡ ଧୁମଧାମରେ ପାଳିତ ହେଉଛି । ହାଟଡିହି ବ୍ଲକର ହାଟଡିହି, ଜଳକଳଙ୍ଗ, ଛେନାପଦି, ଶାସଙ୍ଗ, ଚୋରଗଡିଆ, ଶାଳଣିଆଁ, ଅଣାଛକ, ମଲାରପଦା, ଶିବନାରାୟଣପୁର, ବରାଙ୍ଗ ଆଦି ସ୍ଥାନରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଛି । ୭ଦିନ ଧରି ଚାଲିବାକୁ ଥିବା ଏହିପୂଜା ଅବସରରେ ହାଟଡିହି ଓ ଛେନାପଦି ବଜାର ଝଲସି ଉଠିଛି । ହାଟଡିହି ଠାରୁ ଛେନାପଦିଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୯ଟି ମଣ୍ଡପ ନିର୍ମାଣ କରାଯାଇ ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ସବୁ ପୁଜା ମଣ୍ଡପରେ ଅପରାହ୍ନ ୪ଟା ପୁର୍ବରୁ ପୂଜାକାର୍ଯ୍ୟ ସମାପନ କରାଯାଇଛି । ଛେନାପଦି ଛକ ତାରିଣୀ ବଜାର ପୂଜା କମିଟି ପକ୍ଷରୁ ଦିନ ୧୧ଟାରେ କଳଶ ଶୋଭାଯାତ୍ରା ଅଣାଯାଇ ପୂଜାମଣ୍ଡପରେ ସ୍ଥାପନ କରିବା ପରେ ପଣ୍ଡିତ ବାବୁଲା ଆଚାର୍ଯ୍ୟଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ତାପସ ରାୟ, ପ୍ରତିମା ରାୟ, ସୁଧାଶୁଂ ବିଶ୍ୱାଳ, ମଧୁମିତା ସ୍ୱାଇଁ, କେଶବ ପ୍ରଧାନ, ଦୁର୍ଯେ୍ୟାଧନ ସାହୁ, ମମତା ସାହୁ, ସୁନିଲ ମହାନ୍ତି, ଲାବଣ୍ୟବତୀ ରାଉତ, ମନୋରଞ୍ଜନ ବରାଳ, ରାମେଶ୍ୱର ରାଉତ, ପ୍ରମୁଖ କର୍ତ୍ତା ଭାବେ ପୁଜାକାର୍ଯ୍ୟରେ ସାମିଲ ହୋଇଛନ୍ତି । ସୁଧାକର ଓଝା,କିଶୋର ଆଚାର୍ଯ୍ୟ, ପ୍ରଶାନ୍ତ ରାଉତ, ଭାଗ୍ୟଧର ସାମଲ, ବିନୟ ନାୟକ, ଅଙ୍କିତ ରାଖି, ଅକ୍ଷୟ ଓଝା, ସୁଶାନ୍ତ ଜେନା, ସୁବାସ ଓଝା, ଅଜୟ ସ୍ୱାଇଁ, ମଙ୍ଗୁଳି ବିଶ୍ୱାଳ, ରଞ୍ଜନ ସା, ଯୁବରାଜ ସାମଲ, ଦୁର୍ଯେ୍ୟାଧନ ସାହୁ, ପାର୍ଥ ରାଉତ, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ନାରାୟଣ ଚନ୍ଦ୍ର ଘଡେଇ, ସତ୍ୟବ୍ରତ ସାହୁ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ସେହିପରି ବଉଳାରୋଡ ପୁଜା କମିଟି ପକ୍ଷରୁ ସୁଦର୍ଶନ ସା, ତ୍ରିଲୋଚନ ସା, ଧରିଆ ସା, ହଳଧର ଜେନା, କେଶବ ନାୟକ, ମହେଶ୍ୱର ସା, ପୁର୍ଣ୍ଣଚନ୍ଦ୍ର ସାହୁ, ନବକିଶୋର ନାୟକ, ବିପିନି ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ଟାଙ୍କି ବଜାର ପୂଜା କମିଟି ପକ୍ଷରୁ ଲିପୁ ଦଳେଇ କାର୍ଯଁକ୍ରମ ପରିଚାଳନା କରୁଛନ୍ତି । ସେହିପରି ଜଳକଳଙ୍ଗ ପୂଜାରେ ବୁଦ୍ଧଦେବ ଜେନା କର୍ତ୍ତାଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ସଦାଶିବ ଚକ୍ର, କାମପାଳ ନାୟକ, ଗୋପାଳ ନାୟକ, ଶଙ୍କର୍ଷଣ ନାୟକ, ନରେନ୍ଦ୍ର ସା, ପଙ୍କଜ ଜେନା, ମନୋଜ ପାତ୍ର, ସନାତନ ଜେନା, ଭଗବାନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି ଛେନାପଦି ଲକ୍ଷ୍ମୀବଜାର ପୂଜା କମିଟି ତରଫରୁ ଦିନବନ୍ଧୁ ଓଝା, ରବିନ୍ଦ୍ର କୁମାର ଜେନା, ସଞ୍ଜୟ କୁମାର ପତି, ଶିଶିର କୁମାର ବିଶ୍ୱାଳ, ମୁକ୍ତିକାନ୍ତ ପାଢ଼ୀ, ନିତ୍ୟାନନ୍ଦ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ତୁଳସୀ କମ୍ପ୍ଲେକ୍ସ ରେ ଦେବେନ୍ଦ୍ର ଜେନା, ରବିନ୍ଦ୍ର ନାୟକ, ସତ୍ୟବ୍ରତ ଜେନା, ଅକାଶ ସା, ଜଚିନ୍ଦ୍ର ସା, ନାରାୟଣ ସାହାଣି ପ୍ରମୂଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ସମଗ୍ର ଦୁଇଟିଯାକ ବଜାର ରଙ୍ଗିନି ଆଲୋକମାଳାରେ ଝଲସି ଉଠୁଥିବାବେଳେ ଆସନ୍ତାକାଲି ଠାରୁ ଜନସମାଗମ ହେବାର ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ