ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ୨୫ରେ

ହାଟଡିହି, (ବିକାଶ ବିଶ୍ୱାଳ ) : ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ପ୍ରସାରରେ ଯତ୍ନଶୀଳ ଥିବା ନବଗଠିତ ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦ ମରୈଗାଁର ପ୍ରଥମ ବାର୍ଷିକ ଉତ୍ସବ ଆସନ୍ତା ୨୫ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ । ମରୈଗାଁ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଆମ ଓଡିଶାର ସମ୍ପାଦକ ସ୍ୱାରଜ ମିଶ୍ର, ଓଡିଆ ଭାଷା ସାହିତ୍ୟର ବରିଷ୍ଠ ପ୍ରାଧ୍ୟାପକ ପ୍ରେମାନନ୍ଦ ନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କବି ଡ. ରାମଚନ୍ଦ୍ର ନାୟକ, ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କୃତ କବି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ରମାକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦୋନ କରିବାର ସହମତି ପ୍ରଦାନ କରିଛନ୍ତି । ଐହି ଉତ୍ସବରେ ମୁଖପତ୍ର ଲୋକାର୍ପଣ, ସମ୍ବର୍ଦ୍ଧନା ପର୍ବ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୁଦାମ ଚରଣ ଜେନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ