ଲକ୍ଷ୍ମୀ ନାରାୟଣ ସ୍ଵାତକ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

କୋଦଳା , (ଯୁଗାବ୍ଦ ନ୍ୟୁଜ) : ଶୁକ୍ରବାର ଦିନ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ଵାତକ ମହାବିଦ୍ୟାଳୟର ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସାଧନା କର୍ମୀ ଭାବେ ଆସ୍ଥା ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଡା. ଦୁର୍ଗା ପ୍ରସାଦ ରଥ ଓ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଡା. ଦିବାକର ମିଶ୍ର ଯୋଗଦେଇ ଆଲୋଚନାର ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷ ଡା. ପଦ୍ମ ଚରଣ ପାଢ଼ୀଙ୍କ ପୌରହିତରେ ହୋଇଥିବା ବେଳେ ସଂଯୋଜକ ଅଧକ୍ଷ ଡା. ବିଷ୍ଣୁ ନାରାୟଣ ସେଠୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ଆଲୋଚନା ଚକ୍ରର ବିଷୟ ବସ୍ତୁ ଉପରେ ଅଧ୍ୟାପିକା ସୁଶ୍ରୀ ସ୍ୱୟଂପ୍ରଭା ପାଢ଼ୀ ଓ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଆଲୋକ ପାତ କରିଥିଲେ l ଛାତ୍ରଛାତ୍ରୀ ମାନେ ଆଲୋଚନା ଚକ୍ରରେ ଭାଗ ନେଇ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ l ପରି ଶେଷରେ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ