କାଉଡୋଳା ମଣ୍ଡିରୁ ଧାନ ଉଥାନ ଦାବିରେ ରାସ୍ତା ଅବରୋଧ

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା କାଉଡୋଳା ଉପର ମଣ୍ଡିରେ ଆଜିକୁ ପ୍ରାୟ ଏକ ସପ୍ତାହ ହେବ ଟାର୍ଗେଟ ନଥିବାରୁ କୌଣସି ଚାଷିଙ୍କ ଧାନ ଉଠୁ ନଥିବା ବେଳେ ପେକ୍ସ କର୍ମଚାରୀ ମାନେ ଧାନ ଉଠିବା ନେଇ ନିର୍ଦିଷ୍ଟ ସୂଚନା ଦେଉ ନାହାନ୍ତି । ଯାହା ଫଳରେ ଚାଷିଙ୍କ ମେଳି ଆଜି ଏକଜୁଟ ହୋଇ କାଉଡୋଳା ହାଇସ୍କୁଲ ଛକ ନିକଟରେ ଜାତୀୟ ରାଜପଥ୨୬ ଅବରୋଧ କରିଛନ୍ତି । ଖବରପାଇ ଆମପାଣି ପୋଲିସ ଓ ଅତିରିକ୍ତ ତହସିଲଦାର ଶରତ ଶବର ଆସି ଚାଷୀଙ୍କ ସହ ଆଲୋଚନା କରି ଆସନ୍ତା କାଲି ଠାରୁ ଚାଷି ଙ୍କ ଧାନ ଉଠାଇବାକୁ ପ୍ରତିଶୃତି ଦେବା ପରେ ଚାଷୀ ମାନେ ଆନ୍ଦୋଳନ ରୁ ଓହରି ଥିଲେ । ଏକ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାସ୍ତା ଦୁଇ କଡ ରେ ଶହ ଶହ ଗାଡି ମଟର ଅଟକି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ