ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଶିଶୁ ମହୋତ୍ସବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଶିଶୁ ଦିବସ ଅବସରରେ ଗୁରୁବାର ସନ୍ଧ୍ୟାରେ କଳାମନ୍ଦିର ପରିସରରେ ଶିଶୁ ମହୋତ୍ସବ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ହରେକୃଷ୍ଣ ମହାଙ୍କୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସୁରଥ ପାହାନ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, ନୃତ୍ୟ ଗୁରୁ ଭୂବନେଶ୍ୱର ସେନାପତି, ନବଘନ ପରିଡ଼ା ପ୍ରମୁଖମଂଚାସିନ ଥିଲେ । ଅନୁଷ୍ଠାନର ଉପସଭାପତି ପର୍ଶୁରାମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସତ୍ୟ ନାରାୟଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର କୁନି କୁନି ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ, ଦଳଗତ ନୃତ୍ୟ ସମେତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗତ ଶୁକ୍ରବାର ଓ ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ଦଳଗତ ନୃତ୍ୟ, ଚିତ୍ରାଙ୍କନ, ବାଦ୍ୟଯନ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଶୀ ନୃତ୍ୟରେ ସ୍ୱସ୍ତିକ ସାହୁ ୧ମ, ରିଶିତା ପାତ୍ର ୨ୟ, ସୋନାଖି ରାଣୀ ସାହୁ ୩ୟ ସ୍ଥାନ ଅଧିକାର କରିଥିଲେ ।ସୋଲୋ ନୃତ୍ୟରେ ସୁନିତା ସାବତ ୧ମ, ଆକାଂକ୍ଷା ପଟ୍ଟନାୟକ ୨ୟ, ଓ ପ୍ରତିକ୍ଷା ପଟ୍ଟଦାୟକ ୩ୟ ସ୍ଥାନ ଅଧିକାର କରିଥିଲେ । ଦଳଗତ ନୃତ୍ୟରେ ହିଂଜିଳିକାଟୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୧ମ, ସରକାରୀ ବୃନ୍ଦାବନ ବିଦ୍ୟାଳୟ ୨ୟ ଓ ସରକାରୀ ବୃନ୍ଦାବନ ବିଦ୍ୟାଳୟ (ବାଳକ ବିଭାଗ)୩ୟ ସ୍ଥାନ ଅଧିକାର କରିଥିଲେ ।ସଙ୍ଗୀତ ପ୍ରତିଯୋଗିତାରେ ମାନସି ବାଡ଼ତ୍ୟା ୧ମ, ଶ୍ରୀୟାଂଶୁ ରଥ ୨ୟ ଓ ଶ୍ରୀୟାଂଶୁ ରଥ ୩ୟ ସ୍ଥାନ ଅଧିକାର କରିଥିଲେ । ହାରମିନୋୟିମରେ ମନିଷା ବାଡ଼ତ୍ୟା ୧ମ, ଶ୍ରୀୟାଂଶୁ ସାହୁ ୨ୟ ଓ ରୋହନ ସାହୁ ୩ୟ ସ୍ଥାନ ଅଧିକାର କରିଥିଲେ । ତବଲା ବାଦନ ପ୍ରତିଯୋଗିତାରେ ଆୟୁଷ୍ମାନ ସାହୁ ୧ମ, କ୍ରିଷ୍ଣା ମହାରଣା ୨ୟ ଓ ଦିପକ ପରିଡ଼ା ୩ୟ ସ୍ଥାନ ଅଧିକାର କରିଥିଲେ ।ଚିତ୍ରାଙ୍କନ ପ୍ରତିଯୋଗିତାରେ ରୋଷନି ମହାରଣା ୧ମ, ଗଙ୍ଗାଧର ମହାନ୍ତି ୨ୟ ଓ ବାଦଲ କୁମାର ସାହୁ ୩ୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୁରୁ ନିରଂଜନ ସାହୁ ମଂଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅଖିଳ କୁମାର ପଣ୍ଡା, ରଜନୀ ସାହୁ, ଦିଲ୍ଲିପ ସାହୁ, ଲିଙ୍ଗରାଜ ସେନାପତି, ମାନସ ରଂଜନ ରଥ, ସୋନୁ ମହାରଣା, ରମାକାନ୍ତ ସାହୁଙ୍କ ସମେତ ଅନୁଷ୍ଠାନର ବହୁ କର୍ମକର୍ତା ଓ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ