ଗଜପତିରେ ଅଲୋଡା ପ୍ରଥମ ପ୍ରଧାନମନ୍ତ୍ରୀ ଚାଚା ନେହେରୁ ?
ପାରଳାଖେମୁଣ୍ଡି,-(ତାରିଣୀ ପ୍ରସାଦ ପଣ୍ଡା) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କୁୁ ଗଜପତି ଜିଲ୍ଲାରେ ଅଣଦେଖା କରାଯାଇଛି । ଆଜି ନେହେରୁଙ୍କ ଜନ୍ମଦିନ । ସାରା ଭାରତରେ
ନେହେରୁଙ୍କ ଜନ୍ମଦିନକୁ ଶିଶୁଦିବସ ରୁପେ ପାଳନ କରାଯାଉଛି । ଆଜି ଶିଶୁଦିବସ ଏବଂ ନେହେରୁଙ୍କ ଜନ୍ମଦିନ ଭଳି ପବିତ୍ର ଦିନରେ ଗଜପତି ଜିଲ୍ଲାରେ ନେହେରୁଙ୍କ ପରି ଜଣେ ମହାପୁରୁଷ ଅଲୋଡା ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପୌରପାଳିକା ଅଧିନରେ ଥିବା କବିଚନ୍ଦ୍ର ରଘୁନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିଛି ଏକମାତ୍ର ନେହେରୁଙ୍କ ପ୍ରତିମୁର୍ତ୍ତି । ସାରା ଦେଶରେ ଆଜି ଶିଶୁଦିବସ ଏବଂ ନେହେରୁଙ୍କ ଜନ୍ମଦିନ ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରାଯାଉ ଥିବା ବେଳେ ଏଠାରେ ଏହାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖାଯାଇଛି । ଜିଲ୍ଲା ପ୍ରଶାସନ,ପୌରପାଳିକା କିମ୍ବା ବିଦ୍ୟାଳୟର କର୍ମକର୍ତ୍ତାଙ୍କ ଦୃଷ୍ଟିକୁ ନେହେରୁ ଦେଖାଯାଇ ନାହାଁନ୍ତି । ମହାନ ମହାପୁରୁଷଙ୍କୁ ସ୍ମୃତିଚାରଣ କରିବା ଦୁରକଥା ଗୋଟାଏ ଫୁଲ ସୁଦ୍ଧା ନେହେରୁଙ୍କ ପ୍ରତିମୁର୍ତ୍ତିରେ ଦିଆଯାଇନାହିଁ । ଏହି ଘଟଣା ନେଇ ସିକ୍ଷାବିତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେବା ସହ ଉଦ୍ବେଗ ପ୍ରକାଶ ପାଇଛି ।


