ଲକ୍ଡ଼ାଉନ୍ରେ ଏକାଦଶାହ ଭୋଜି ବନ୍ଦ କଲା ପୌର ପ୍ରଶାସନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟର ଚାରିଆଡ଼େ କରୋନା ଭୂତାଣୁ ପାଇଁ ଲକ୍ଡ଼ାଉନ୍ର ସ୍ଥିତି ଚାଲିଥିବା ବେଳେ ସାମାଜିକ ଦୂରତାକୁ ପାଳନ କରିବା ପାଇଁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତେବେ କେତେକ ଲୋକେ ଲୁଚିଛପି ଏହି ନିୟମକୁ ନାମାନି ଭୋଜିଭାତ କରି ସାମାଜିକ ଦୂରତା ନିୟମକୁ ପାଳନ କରୁନାହାଁନ୍ତି । ସେହିପରି ଏକ ଘଟଣା ହିଞ୍ଜିଳିକାଟୁ ପୌରାଂଚଳ କେଉଟ ସାହିରେ ରବିବାର ଦିନ ଜୈନିକ ମୃତକଙ୍କ ପରିବାର ପକ୍ଷରୁ ସଂପୃକ୍ତ ସାହିର ଏକ ଘର ମଧ୍ୟରେ ଏକାଦଶାହ ଭୋଜି ଚାଲିଥିବା ସହ ଏକାଧିକ ଲୋକ ସେଠାରେ ରୁଣ୍ଡ ହୋଇ ସାମାଜିକ ଦୂରତା ନିୟମକୁ ଭଙ୍ଗ କରିଥିଲେ । ଖବର ପାଇ ପୌର ପ୍ରଶାସନ ଘଟଣା ସ୍ଥଳରେ ପଂହଚି ଭୋଜିକୁ ଅଧାରୁ ବନ୍ଦ କରିବା ସହ ପ୍ରସ୍ତୁତ ବ୍ୟଞ୍ଜନକୁ ସଂପୃକ୍ତ ପରିବାରର ୫୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରଦାନ କରି ଅବଶିଷ୍ଟ ଖାଦ୍ୟକୁ ସଂପୃକ୍ତ ସଂପୃକ୍ତ ଘର ମଧ୍ୟରେ ରଖି ସିଲ୍ କରିଦେଇଥିବା ଜଣାପଡିଛି ।