ଦାନା ବାନ୍ଧୁଛି ଲଘୁଚାପ !

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଥିବା ଜଣାଯାଇଛି । ଏପ୍ରିଲ ୩୦ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ । କାଳକ୍ରମେ ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର ଆଡ଼କୁ ମୁହାଁଇପାରେ । ଏପ୍ରିଲ ୩୦ରୁ ମେଇ ୩ ମଧ୍ୟରେ ମିଆଁମାର ମୁହାଁ ହେବା ନେଇ ସମ୍ଭାବନା ରହିଛି । ତେବେ ଆଶ୍ୱାସନାର ବିଷୟ ହେଉଛି ଏହାର ପ୍ରଭାବ ଓଡ଼ିଶାରେ ବିଶେଷ ଭାବେ ପରିଲକ୍ଷିତ ହେବ ନାହିଁ । କେବଳ ଅଳ୍ପ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି । ଗତକିଛି ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ସହ ବଜ୍ରପାତ ମଧ୍ୟ ହେଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରିଛି । ଅପରପକ୍ଷରେ ବଜ୍ରପାତ ଯୋଗୁଁ ବହୁ ଜୀବନ ମଧ୍ୟ ଚାଲିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ