ଲକ୍ ଡାଉନ୍ ଅବଧି ବଢ଼ିବା ପରେ ବେଲଗୁଣ୍ଠାରେ ଯାଞ୍ଚ କଡାକଡି

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନାର ଭୟାବହତା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଲକ୍ ଡାଉନକୁ ଏପ୍ରିଲ ମାସ ୩୦ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି ।ତେଣୁ ବେଲଗୁଣ୍ଠା ପୋଲିସ ତରଫରୁ ବେଲଗୁଣ୍ଠା ସହରରେ ଯାଞ୍ଚ କଡାକଡି କରିଛନ୍ତି ।ସହରର ଜଗନ୍ନାଥ ପ୍ରସାଦ ଛକ, ଜଗନ୍ନାଥ ପ୍ରସାଦ ରୋଡ୍,ବ୍ଳକ୍ ଛକ ଏବଂ ଫାଣ୍ଡି ନିକଟରେ ଦିନ ତମାମ ପୋଲିସ ଜଗିରହି କିଛି ଅମାନିଆଙ୍କ ବାଇକ ଜବତ କରୁଥିବା ବେଳେ କରୋନା ବିଷୟରେ ବ୍ୟାପକ ସଚେତନତା କରାଉଥିବା ଲକ୍ଷ୍ୟ କରାଯାଇଛି ।ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପୋଲିସ ଭ୍ୟାନ୍ ପେଟ୍ରୋଲିଂ କରି ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ମାସ୍କ ପିନ୍ଧିବା ପାଇଁ କହୁଛନ୍ତି ।ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଯାଞ୍ଚ କିଛି ମାତ୍ରାରେ କୋହଳ କରିଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ