ଲକ୍ ଡାଉନ୍ କୁ ଫୁ.. କଟକଣା ସତ୍ବେ ବି ଲୋକେ ମାନୁନାହାନ୍ତି
କୋଦଳା :କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକ୍ ଡାଉନ୍ କରାଯାଇଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସାମାଜିକ ଦୂରତାକୁ ବଜାୟ ରଖିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ତଥାପି ଲୋକେ ସୁଧୁରୁ ନଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଠାରେ ଲୋକେ ବେଫିକର ଭାବେ ପରିବା ବଜାରରେ ଭିଡ ଜମାଉଥିବା ଏବଂ ବିନା ମାକ୍ସରେ ମଧ୍ୟ କିଛି ଲୋକ ବୁଲୁଥିବା ଦେଖିବାକୁ ମିଳୁଛି।ବେଗୁନିଆପଡ଼ା ସ୍ଥିତ ଇଣ୍ଡିଆନ ଓଭରସିସ୍ ବ୍ଯାକଂରେ ସାମାଜିକ ଦୂରତାକୁ ନ ମାନି ବହୁ ଲୋକ ଏକତ୍ରୀତ ହୋଇ ବ୍ଯାକଂ ଫାଟକ ବାହାରେ ଭିଡ ଜମାଉଥିବା ବେଳେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ଚଢାଉ କରି ଲୋକକୁଂ ତାଗିଦ୍ କରିଥିଲା। ସ୍ଥାନୀୟ ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ କିଓସ୍କୋରେ ମଧ୍ୟ ଅନୁରୂପ ଭାବେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ବେଳେ କିଓସ୍କୋ ପକ୍ଷରୁ ଲୋକକୁଂ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ବେଗୁନିଆପଡ଼ା ସମେତ ବିଭିନ୍ନ ଗାଁ ମାନଙ୍କରେ ଅପରାହ୍ନ ୪ ଟା ପରେ ସାହି ଗୁଡିକର ବାରଣ୍ଡାରେ ଲୋକେ ରୁଣ୍ଡ ହୋଇ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ଯାପକ ସଚେତନତା କରାଯାଉଛି। ସାମାଜିକ ଦୂରତା ହିଁ ଏଥିପାଇଁ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତାକୁ ବଜାୟ ରଖିବାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।