ଲକ ଡାଉନ ବେଳେ ମଧ୍ୟାହ୍ନ ଭୋଜନ ଚାଉଳ ପାଇଁ କପାଳେଶ୍ୱର ପ୍ରକଳ୍ପ ସ୍କୁଲ ରେ ଭିଡ଼
ଚୌଦ୍ୱାର (ସଞ୍ଜୀବ କୁମାର ତିୱାରୀ) : ସାରା ରାଜ୍ୟରେ ଲକ ଡାଉନ ଚାଲିଥିବା ବେଳେ ସାମାଜିକ ଦୂରତ୍ୱ ରଖିବାପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରୁଛନ୍ତି।ଏହାକୁ କିନ୍ତୁ ଚୌଦ୍ୱାର ପୌରପାଳିକା ଚାରି ନମ୍ବର ୱାର୍ଡ ରେ ଥିବା କପାଳେଶ୍ୱର ପ୍ରକଳ୍ପ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ।ରବିବାର ଛୁଟି ଦିନ ଥିଲେ ମଧ୍ୟ ବିଦ୍ୟାଳୟରେ ଶତାଧିକ ଅଭିଭାବକ ଏକାଠି ହେବା ଦେଖି ସାଧାରଣରେ ବିସ୍ମୟ ପ୍ରକାଶ ପାଇଥିଲା।ବୁଝିଲା ବେଳକୁ ପ୍ରଧାନଶିକ୍ଷ୍ୟୟିତ୍ରୀ ଙ୍କ କହିବା ଅନୁଯାୟୀ ଦିଦି ସବୁ ଅଭିଭାବକ ମାନଙ୍କୁ ମୋବାଇଲ ରେ ଫୋନ କରି ସ୍କୁଲକୁ ଆସି ମଧ୍ୟାନ୍ହ ଭୋଜନ ପାଇଁ କୂପନ ନେବାକୁ ଡାକିଥିଲେ ।ଏଭଳି ଲୋକମାନେ ଏକତ୍ରିତ ହେଲେ କୋବିଦ-୧୯ ସଂକ୍ରମଣ ର ସମ୍ଭାବନା ଥିବା ଜାଣି ମଧ୍ୟ ସ୍କୁଲ କତ୍ତୃପକ୍ଷ ସେମାନଙ୍କୁ ଡାକିବା ଖାମଖିଲାଲ ମନୋଭାବ ର ପରିଚୟ ।ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ।ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପରେ ଚୌଦ୍ୱାର ପୋଲିସ ସେଠାରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅଭିଭାବକ ମାନଙ୍କୁ ସେଠାରୁ ଘରକୁ ପଠାଇବା ସହ ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ତାଗିଦ କରିଥିଲା ।ମଧ୍ୟାନହ୍ନ ଭୋଜନ ଚାଉଳ କୂପନ ସେମାନଙ୍କ ପାଖରେ ଘରେ ପହଞ୍ଚାଇବାର ନିର୍ଦେଶ ଥିଲେ ମଧ୍ୟ ସ୍କୁଲ କତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ କୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଛି ଏବଂ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ମାନଙ୍କ ବିରୋଧରର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।


