ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାରେ ପାଗ ଶୁଖିଲା ରହିଥିବା ବେଳେ ଗତ ତିନି ଦିନ ଲଗାଣ ବର୍ଷାରେ ନଦୀର ଜଳ ସ୍ତର ବୃଦ୍ଧି ପାଇବା ପରେ ମୋହନା ବ୍ଲକ ଚୁଢଙ୍ଗପୁର ପଞ୍ଚାୟତ ଝରଣପୁର ଗାଁ ନିକଟରେ ଥିବା ଗାରଜେଲ ନାକରେ ଜଳ ସ୍ତର ବୃଦ୍ଧି ପାଇ ସେଠାରେ ଥିବା ଅସ୍ତ୍ବୟୀ ପୋଲ ଧୋଇ ହୋଇ ଯାଇଛି । ଫଳରେ ସିଆଳିଲଟି ଓ ଝରଣପୁର ଗାଁ ଠାରୁ ସଂଲଗ୍ନ କରୁଥିବା ଲଦୀଗୁଡା, ଟୁବୁରୁସାହି , କାଲେମା, ଜନକପୁର ସମେତ ୨୦ ଖଣ୍ଡ ଗାଁକୁ ଏବେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଗତ କିଛି ଦିନ ପୂର୍ବରୁ ଏହି ନାଳ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ତହସିଲଦାର କିଶୋର ଦାଶ କହିଥିଲେ ତୁରନ୍ତ ପୋଲ ନିର୍ମାଣ କମ୍ ସରିବ କିନ୍ତୁ ସରିନି କି ଗୁଡରିଗୁଡା ଗ୍ରାମ କୁ କେହି ଅଧିକାରୀ ପହଞ୍ଚି ନାହାନ୍ତି ସେପଟେ ଗୁଲୁବା ପଂଚାୟତ ନୂଆସାହି ଗାଁ ନିକଟରେ ବର୍ଷା ଯୋଗୁଁ ଏକ ପୋଲର ମାଟି ଦବି ବଡ ଖାଲ ଶୃଷ୍ଟି ହୋଈ ଯାଇଥିବାରୁ ଜାରଗଣ୍ଡା, ନୂଆସାହି ଓ ଜାଡିଙ୍ଗଗେଜୁ ଗାଁକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ଖାରିଗୁଡା ପଂଚାୟତ ର ଖାରିମେରା ଘାଟି ରେ ମାଟି ଅତଡା ଶହ ବିରାଟ ବଡ଼ ପଥର ପଡ଼ି ରାସ୍ତା ଅବରୋଧ ହୋଇଚି ଯାହା ଦ୍ୱାରା ତିନି ଖଣ୍ଡ ଗାଁ କୁ ଯୋଗା ଯୋଗ ବୋଚିନ ରହିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ କିମ୍ବା ପ୍ରଶାସନ ଅଧିକାରୀ ନ ପହଞ୍ଚିବାରୁ ମଙ୍ଗବାର ଦିନ ଗ୍ରାମ ବାସୀ ମିଳିତ ରେ ରାସ୍ତା ରୁ ପଥର ହଟାଇଲେ ବିଭଗ୍ୟ ଯନ୍ତ୍ରୀ ଜାଣି ମଧ୍ଯ ପହଞ୍ଚି ନଥିଲେ ସେପଟ ଲଘୁଚାପ୍ ଜନିତ ବର୍ଷାରେ କଟାମା ଗ୍ରାମ ରେ ପ୍ରାୟ ଅନେକ ଘର ନଷ୍ଟ ହୋଇଛି କାନ୍ତ ପଡ଼ି ଘରୁ ପାଣି ଝର ଫୁଟିଛି ପୋଲିଗଜପତି ଗ୍ରାମ ରେ ମଧ୍ଯ ଟିନି ରୁ ଅଧିକ ଘର୍ କାନ୍ତ ପଡ଼ିଛି ବର୍ଷା ରେ ପରିବାର ଚଳିବାରେ ବାଧା ସୃଷ୍ଟି ହୋଇଛି ମୋହନା ବ୍ଲକ୍ ର ବିଭିନ୍ନ ସ୍ଥାନ ରେ ଅନେକ ଘର ନଷ୍ଟ ହୋଇଛି ଲଘୁଚାପ୍ଜନିତ ବର୍ଷା ରେ ପ୍ରଶାସନ ଅନେକ ସ୍ଥାନ ରେ ପହଞ୍ଚି ପାରିନି ଏବେ ମଧୟ ଅନେକ ଗ୍ରାମ ଯୋଗାଯୋଗ ରୁ ବିଚିନ ସେଇ ପରି ଆର ଉଦୟଗିରୀ ବ୍ଲକ୍ ନୂଆଗଡ ବ୍ଲକ୍ ର ବିଭିନ୍ନ ସ୍ଥାନରେ ଭୁଷ୍କଳନ ହୋଇଥଲା ଅନେକ ରାସ୍ତା ଘାଟ ସମେତ ଘର ନଷ୍ଟ ହୋଇଥଲା କିନ୍ତୁ ପ୍ରଶାସନ ର ସଚେତନତା ଅବେହେଳା ପାଇଁ ଲୋକେ ଭୂଗୁଛନ୍ତି ଅନେକ ସମସ୍ୟା ଏବେ ମଧ୍ଯ ଅନେକ ଘରେ ଝରଣା ବହୁଛି


