ଲଗାଣ ବର୍ଷାରେ ପାହାଡ଼ ଧସିଲା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ସମଗ୍ର ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି. ମାଳ ଅଞ୍ଚଳରେ ସବୁଦିନ ବର୍ଷା ହେଉଛି. ପ୍ରବଳ ବର୍ଷା ଯୋଗୁ ଗୁମ୍ମା ବ୍ଳକ ଦେବଗିରି ପାହାଡ ଧସି ରାସ୍ତା ଅବରୋଧ ହୋଇଛି। ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି. ଏହି ଜିଲାର ଅନ୍ୟାନ୍ୟ ବ୍ଲକ ସମେତ ଗୁମ୍ମା ବ୍ଲକର ବିଭିନ୍ନ ପାହାଡିଆ ଅଞ୍ଚଳରେ ସବୁଦିନ ବର୍ଷା ହେଉଛି । ୩ ରୁ ୪ ଦିନ ହେବ ଗୁମ୍ମା ବ୍ଲକରେ ନିୟମିତ ବର୍ଷା ହେଉଥିବା ବେଳେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁଁ ସନ୍ଧ୍ୟା ବେଳେ କୁଜାସିଂ-ଅଢ଼େଇ ଗାଁଘାଟି ରାସ୍ତା ଉପରେ ପାହାଡ ଧସି ଯାଇଥିଲା। ପାହାଡ଼ରୁ ବଡ ବଡ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡିଥିଲା.ପାହାଡ ଧସିବା ଯୋଗୁ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା. ପାଇଁ ସ୍ବାଭାବିକ ହୋଇଥିଲା। କୁଜାସିଂ ଠାରୁ ଅଢେଇ ଗ୍ରାମ ଦେଇ ଅଜୟଗଡ଼ ଯିବା ନିମନ୍ତେ ଏହା ମୁଖ୍ୟ ରାସ୍ତା. ଏହି ରାସ୍ତା ଉପରେ ୩ଟି ଗାଁର ଏହା ଲୋକମାନେ ସମ୍ପୂର୍ଣ୍ଣ ନିର୍ଭର ଥିବାବେଳେ ସେମାନଙ୍କ ପାଇଁ ଯୋଗାଯୋଗ ସମ୍ପୂର୍ଣ ବିଛିର୍ନ ହୋଇଯାଇଥିଲା. ତେବେ ପ୍ରଶାସନ ସେଠାରେ ପହଞ୍ଚି ଯୁଦ୍ଧକାଳୀନ ଭିତିରେ ମାଟି ଅତଡ଼ା ଓ ହଟାଇ ଥିଲା.ବୁଧବାର ଅପରାହ୍ନ ପରଠାରୁ ଏହି ରାସ୍ତାରେ ଏହି ରାସ୍ତାରେ ଯାତାୟତ ପାଇଁ ସ୍ୱାଭାବିକ ହୋଇଥିଲା.