ଲଗାଣ ବର୍ଷାରେ ପାହାଡ ଧସି ବାସହୀନ ହୋଇଥିବା ଲୋକଙ୍କୁ ବ୍ରହ୍ମପୁର ସାଂସଦଙ୍କ ପଟ୍ଟା ବଣ୍ଟନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗତ ଲଗାତର ବର୍ଷାରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ପାହାଡ ଧସି ବାସହୀନ ହୋଇଥିବା ଲୋକଙ୍କୁ ବ୍ରହହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ନୁତନ ଗୃହ ନିର୍ମାଣ କରିବା ପାଇଁ ପଟ୍ଟା ବଣ୍ଟନ କରିଛନ୍ତି । ସ୍ମରଣ ଯୋଗ୍ୟ ଏହି ବ୍ଲକର କୁଲଙ୍ଗ ଗ୍ରାମରେ ଗତ ଲଗାଣ ବର୍ଷା ଯୋଗୁଁ ପାହାଡ ଧସି ଗ୍ରାମବାସୀଙ୍କ ବହୁ କ୍ଷୟକ୍ଷତି ହୋଇଥିଲା । ଏହି ବାସହୀନ ଲୋକଙ୍କୁ ନୁତନ ଘର ନିର୍ମଣ ପାଇଁ ୩୪ ଗୋଟି ପରିବାରଙ୍କୁ ସାଂସଦ ଶ୍ରୀ ସାହୁ ଗୁମ୍ମା ବ୍ଲକର ସମତଳ ଅଞ୍ଚଳରେ ଭୁମୀ ପଟ୍ଟା ବଣ୍ଟନ କରିଥିଲେ । ଏ ସମାବେଶରେ ପାରଳା ବିଧାୟକ କେ.ନାରାୟଣ ରାଓ,ଜିଲ୍ଲାପାଳ ଅନୁପମ ସାହା,ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗୁମ୍ମା ବିଡିଓ ନଟବର ଗରଡା,ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।


