ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ

ମୋହନା, (ଅଂଶୁମାନ ପଣ୍ଡା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି । ବର୍ଷାର ଯୋଗୁଁ ହରଭଙ୍ଗି ନଦୀର ଜଳ ସ୍ତର ବୃଦ୍ଧି ପାଇ ମୋହନା ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ଫଳରେ ମୋହନା ଠାରୁ ସଂଲଗ୍ନ କରୁଥିବା ବଢ଼େଇପୁର, ଗୁଣ୍ଡିରିଗୁଡା, ନୂଆସାହି ଓ ଧନୁପଙ୍କ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ସକାଳୁ କଲେଜ ଛାତ୍ରୀମାନେ କଲେଜକୁ ଯାଇ ଆଉ ଗାଁକୁ ଫେରି ନ ପାରି ଫସି ରହିଛନ୍ତି। ଆଗ ବର୍ଷା ଜଳ ରେ ରାସ୍ତା ଧୁଇ ହୋଇଯାଇଥିଲା ଯାହାଦ୍ୱାରା ଗ୍ରାମ ରେ ଜଣେ ରୋଗୀ ମେଡିକାଲ ନ ପହଞ୍ଚି ମୃତ ବରଣ କରିଥଲେ ଯାହାକୁ ନେଇ ଉକ୍ତ ପୋଲ ନିର୍ମାଣ କରୁଥିବା ଠିକାଦାର ଶୁକ୍ରବାର ଦିନ ଅସ୍ଥାଇ ପୋଲ ନିର୍ମାଣ କରିଥିଲେ ତାହା ରାତି ତମାମ ବର୍ଷା ରେ ପାଣି ଆସି ଧୁଇ ନେଇଛି ସେପଟେ ମୋହନା ବସଷ୍ଟାଣ୍ଡ ସାଇଡୱାଲ ଭାଙ୍ଗି ଯାଇଥିବା ବେଳେ ମୋହନା ନିକଟସ୍ଥ ବାଇଲଝୁକାଙ୍ଗ ଗାଁରେ ଜଣକ ଘର ଭାଙ୍ଗି ଯାଇଛି । ସେଇପରି ମୋହନା ଆନ୍ତ୍ରବା କୁ ସଂଯୋଗ କରୁଥିବା ପ୍ରଧାମନ୍ତ୍ରୀ ସୋଡକ ରାକେଶପଙ୍କା ନିକଟରେ କଲ୍ଭଟଭୁସୁଡ଼ିଲା ଯାହା ଦ୍ୱାରା ଯାତାୟାତ ରେ ବାଧା ସୃଷ୍ଟି କରିଛି ହରଭଙ୍ଗି ଡେମ ରେ ଜଳ ସ୍ତର ୮୭ ପ୍ରତିଶତ ବୃଦ୍ଧି ପାଇଥିବାରୁ ନଦୀ କୂଳିଆ ଅଞ୍ଚଳ କୁ ସଚେତନତା କରାଇ ରାତିରେ ଗୋଟିଏ ଗେଟ୍ ଖୋଲା ଜାଇ ପାଣି ନିଷ୍କାସନ କରାଯାଇଥିବା ହରଭଙ୍ଗି ଜଳ ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ