ଲଗାଣ ବର୍ଷାରେ ମହାନଦୀ ,ଶାଖା ନଦୀର ଜଳ ସ୍ତର ବୃଦ୍ଧି
ଭୁୁବନେଶ୍ୱର,(ୱାଇଏନ୍ଏସ୍): ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖା ନଦୀର ଜଳ ସ୍ତର ବୃଦ୍ଧି ପାଉଛି । ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧରା ଫୁଲୁଛି । ସେହିପରି ଜଳକା ନଦୀ ମଥାନି ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନି ଠାରେ ଜଳସ୍ତର ୫.୫୭ ମିଟର ରହିଛି । ସେହିପରି ରବିବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୩.୪୭ ଫୁଟ ରହିଛି । ଜଳଭଣ୍ଡାର ମଧ୍ୟକୁ ୮୮ ହଜାର ୯୮୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨୨,୭୧୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଖଇରାମାଳ ଠାରେ ୭୮,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୁଳ ଠାରେ ୫୮,୦୦୦ ଓ ମୁଣ୍ଡଳି ଠାରେ ୬୪,୮୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।