ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି

ଭୁବନେଶ୍ୱର, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଦେବୀ , ଇବ୍ , ବ୍ରାହ୍ମଣୀ , ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା , ବଂଶଧାରା, ରୁଷିକୁଲ୍ୟା ଓ ଜଳକା ଆଦି ନଦୀ ଫୁଲୁଛି । ମଥାନୀ ଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୋମବାର ସଂଧ୍ୟା ୬ ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଜଳକା ନଦୀ ଜଳସ୍ତର ୫.୬୮ ମିଟର ରହିଛି ।
ସେହିପରି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସଂଧ୍ୟା ୬ ଟା ସୁଦ୍ଧା ୬୨୫.୧୦ ଫୁଟ ରହିଛି । ଜଳଭଣ୍ଡାର ମଧ୍ୟକୁ ୧,୬୭,୮୮୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨୧,୫୦୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ତେବେ ଜଳ ଭଣ୍ଡାରର ସମସ୍ତ ଗେଟ୍ ବନ୍ଦ ରହିଛି । ଖଇରାମାଳ ଠାରେ ୧,୧୮,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳ ଠାରେ ୧,୫୫,୦୦୦ ଓ ମୁଣ୍ଡଳି ଠାରେ ୭୮,୫୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ