ଲଗାତାର ବର୍ଷା ଯୋଗୁଁ ମୀନକେତନ କଲେଜରେ ଆଣ୍ଠୁଏ ପାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ କିଛି ଦିନ ହେବ ଲଗାତାର ଲଘୁଚାପଜନିତ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମସ୍ଥିତ ମୀନକେତନ ମହାବିଦ୍ୟାଳୟ ଜଳଘେରରେ ଥ‌ିବା ଦେଖ‌ିବାକୁ ମିଳୁଛି I ଦୀର୍ଘ ବର୍ଷ ହେଲା ଏପରି ସ୍ଥିତି ଉପୁଜୁଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ନିରବଦ୍ରଷ୍ଟା ସାଜୁଥିବାରୁ ଛାତ୍ରଛାତ୍ରୀଙ୍କ ସହ କର୍ମଚାରୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି. ସାମାନ୍ୟ ବର୍ଷାରେ କଲେଜ ସମ୍ମୁଖରେ ଜଳ ଜମି ରହିବା ଯୋଗୁଁ କାଦୁଅଭରା ହୋଇପଡୁଛି। ଗୋଟିଏ ଥର ପାଣି ଜମାଟ ବାନ୍ଧିଲେ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପାଞ୍ଚ ଦିନରୁ ଉର୍ଦ୍ଧ ସମୟ କଲେଜ ପରିସର କାଦୁଅଭରା ଭରା ରହୁଛି। ଫଳରେ ଦୁର୍ଗନ୍ଧମୟ ପରିବେଶ ସହ ସରସୃପ ଓ ମଶାମାଛିଙ୍କ ଦୌରାମ୍ ବଢୁଛି | ମହାବିଦ୍ୟାଳୟକୁ ସରକାରୀ ଅନୁଦାନ ଆସୁଛି ଳ ନିର୍ମାଣ କାର୍ଯ୍ୟ ହେଉଛି | ହେଲେ ଯୋଜନା ବିହୀନ କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଆଲୋଚନା ହେଉ ନ ଥିବା କାରଣରୁ ଏଭଳି ଏଭଳି ପରିସ୍ଥିତି ଉପୁଜୁଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ