ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଥିବା ତହସିଲଦାରଙ୍କୁ ଲିଖିତ ଅଭିଯୋଗ
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଡାବର ପଂଚାୟତର ଦେଓପଡା ଗ୍ରାମର ଚାଷ ଜମି ଲଘୁଚାପ ଜନିତ ବର୍ଷାରେ ବୁଡି ରହିଥିବା ସ୍ଥାନୀୟ ଚାଷୀ ସୋମବାର ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଲଗାଣ ବର୍ଷା ଯୋଗୁ ଚାଷ ଜମିରୁ ଜଳ ନିଷ୍କାସିତ ନହୋଇ ଦୀର୍ଘ ୧୫ ଦିନ ହେବ ଜମିରେ ଜଳ ଜମି ରହିଛି । ଚାଷୀମାନେ ଅର୍ଥ ଖର୍ଚ୍ଚ କରି ଧାନ ରୁଆ କାର୍ଯ୍ୟ ସାରିବା ପରେ ପରେ ଧାନକୁ ପାଣି ବୁଡାଇ ରଖିଛି । ଆର୍ଥୀକ ଅନାଟନ ମଧ୍ୟରେ ଧାର,କରଜ କରି ଚାଷ କରିଥିବା ଚାଷି ପରିବାର ପ୍ରତିପୋଷଣ କିପରି କରିବ ଓ ଧାର କରଜ ଟଙ୍କା କିପରି ଶୁଝିବ ଚିନ୍ତାରେ ପଡିଯାଇଛି । ପାଣି ବୁଡି ଧାନ ଗଛ ସବୁ ସଢି ଗଲାଣି । ଏହାକୁ ତଦନ୍ତ କରାଯାଇ ଚାଷୀ ମାନଙ୍କୁ କ୍ଷତି ପୁରଣ ଦେବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ଅଭିଯୋଗକୁ କାଳନ୍ଦି ଚରଣ ପଟ୍ଟନାୟକ, ପ୍ରମୋଦ ପରିଡା, ରୋହିତ ପରିଡା, କଳ୍ପତରୁ ପୋଟ୍ଟନାୟକ, ସୁବ୍ରତ କୁମାର ପରିଡା ଆଦି ତହସିଲଦାରଙ୍କ କର୍ଯ୍ୟାଳୟର ଉକ୍ତ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଅଭିଯୋଗ ପାଇବା ପରେ ତହସିଲଦାର ଜେ.କଳ୍ପନା, ବ୍ଳକ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ ଚାଷ ଜମି ଗୁଡିକ ବୁଲି ଦେଖିଥିବା ଜଣାଯାଇଛି । ଏବିଷୟରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ଚାଷ ଜମିକୁ ଯାଇ ତଦନ୍ତ କରାଯାଇଛି କ୍ଷୟକ୍ଷତି ଆକଳନ ପରେ କ୍ଷତିପୁରଣ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ ।