ଲଘୁଚାପ ଜନିତ ବର୍ଷା ପ୍ରଭାବରେ ବ୍ରହ୍ମପୁର ସହର ବେହାଲ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଦୀର୍ଘ ୮ ଘଣ୍ଟାର ଲଘୁଚାପ ଜନିତ ବର୍ଷା ପ୍ରଭାବରେ ବ୍ରହ୍ମପୁର ସହରର କିଛି ସ୍ଥାନ ବେହାଲ ହୋଇପଡିଛି । ରାସ୍ତାରେ ୨ ରୁ ୩ ଫୁଟର ପାଣି ବୋହିବାର ଦେଖିବାକୁ ମିଳିଛି । କିଛି ଘରେ ପାଣି ପଶିଯାଇଛି । ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ ସାଧାରଣ ଜନତା ଯାତାୟତ ଠାରୁ ଆରମ୍ଭ କରି ଗାଡି ଛୋଟ ଗାଡି ମୋଟର ଯିବା ମୁସ୍କିଲ ହୋଇପଡିଛି । ରାସ୍ତାରେପାଣି ଭର୍ତ୍ତି ହୋଇଥିବାରୁ କେଉଁଠି ଖାଲ,କେଉଁଠି ଢିପ କିଛି ଜଣାପଡୁନାହିଁ । ଯାହା ଫଳରେ ଆଣ୍ଠିଏ ପାଣି ଭିତରେ ଯାତାୟତ କରୁ୍ଥିବା ଲୋକମାନେ ଦୂର୍ଘଟଣାରେ ସାମାନ୍ୟ ଆହାତ ହୋଇଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁର ସହରର ଲଘୁଚାପ ଜନିତ ବର୍ଷା ଯୋଗଁ ବ୍ରହ୍ମପୁର ସହରର ଗଜପତି ନଗର ,ରେ ୩ ରୁ ୪ ଫୁଟର ପାଣି ବୋହି ଢେଉ ମାରିଥିବା ସମୟରେ ଜନଜୀବନ ୩ ରୁ ୪ ଫୁଟ ପାଣି ଦେଖି ଲୋକ ମାନେ ଭୟଭୀତ ଅବସ୍ମାରେ ରହିଛନ୍ତି । ଲଗାତାର ଯଦି ଏହି ଭଳି ୩ ରୁ ୪ ଘଣ୍ଟା ବର୍ଷା ହୁଏ ତେବେ ଘରେ ପାଣି ପଶିଯିବା ସୁନିଶ୍ଚିତ । ତେଣୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ଘଟଣା ଆଜି କି କାଲିର ଘଟଣା ନୁହେଁ ବର୍ଷା ହେଲେ ବ୍ରହ୍ମପୁର ସହର ବେହାଲ ହୋଇଯିବା ନୂଆକଥା ନୁହେଁ । ଏହା ଦୀର୍ଘ ଦିନ ଧରି ଏହି ସମସ୍ୟା ଜାରୀ ରହିଛି । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ଭାର ଜଣାଇଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ । ତେଣୁ ପ୍ରଶାସନ ଲୋକ ମାନଙ୍କର ସୁବିଧା ପାଇଁ ଲୋକଙ୍କ ଅସୁବିଧାକୁ ଗମ୍ଭିରତାର ସହ ନେଇ କାର୍ଯ୍ୟୃକାରୀ କରିବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ