ଲଘୁଚାପ ଜନିତ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ବେହାଲ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ): କୋରାପୁଟ ଜିଲ୍ଲାରେ ଗୁରୁବାର ମଧ୍ୟ ରାତ୍ରି ଠାରୁ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏଭଳି ବର୍ଷା ଲାଗି ରହିବା ଫଳରେ କୋରାପୁଟ ବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତୀ । ସେପଟେ ଅମଳ ପାଇଁ ପଡ଼ିରହି ଥିବା ପାଚିଲା ଧାନ ଫସଲ ବର୍ଷା ପାଣିରେ ଭିଜି ହୋଇ ସମ୍ପୃର୍ଣ ଭାବେ ନଷ୍ଟ ହେବା ଦେଖା ଦେଇଛି। ଫଳରେ ଜିଲ୍ଲାର ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଏକ ପ୍ରକାର କ୍ଷତି ସହିବା ଦେଖା ଦେଇଛି। ଗତକାଲି ମଧ୍ୟ ରାତ୍ରି ଠାରୁ ଲାଗି ରହିଥିବା ବର୍ଷା ଜିଲ୍ଲାର କେତେକ ବ୍ଲକ ରେ ଦିନ ତମାମ ଲାଗି ରହିଥିବା ଫଳରେ ସମ୍ପୃର୍ଣ କାମଧାମ୍ ବନ୍ଦ ହୋଇ ପଡିରହିଥିବା ଦେଖା ଦେଇଛି । ସେପଟେ ଜିଲ୍ଲାର ଅନେକ ଚାଷୀଙ୍କୁ ଟୋକେନର୍ ସୁବିଧା ମିଳିଛି ହେଲେ ମିଲରସ୍ ଓ ଯୋଗାଣ ବିଭାଗର ରେଜିଷ୍ଟସନ୍ ହେଇପାରି ନଥିବା ଯୋଗୁଁ ଚାଷୀ ଅମଳ କରିଥିବା ଧାନ ମଣ୍ଡିକୁ ନ ନେଇ ଖଳାରେ ରଖିଥିବା ଯୋଗୁଁ ବର୍ଷାରେ ଭିଜି ନଷ୍ଟ ହୋଇଥିବା ଦେଖା ଦେଇଛି। ଋଣ କରି ଅମଳ କରିଥିବା ଫସଲକୁ ଚାଷୀ ଜରି ଓ ପାଲ ଘୋଡାଇ ସାଇତି ରଖିଥିବା ଦେଖା ଯାଇଛି।ଆଉ ଦୁଇଦିନ ଯଦି ଏଭଳି ଲଘୁଚାପ ଜନିତ ବର୍ଷା ଲାଗି ରହେ ତେବେ ସମ୍ପୂର୍ଣ୍ଣ ଭାବେ ଧାର କରଜ କରି ଅମଳ କରିଥିବା ଧାନ ନଷ୍ଟ ହେବା ସମ୍ଭାବନା ରହିଛି। ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ନାରାୟଣ ପାଟଣା ବ୍ଲକରେ ସର୍ବାଧିକ ୨୩.୬ ମିମି ବର୍ଷା ହୋଇ ଥିବାବେଳେ ବେଳେ ତା ତଳକୁ ଲକ୍ଷ୍ମୀପୁର ବ୍ଲକରେ ୧୬.୪ ମିମି, ଲମତା ପୁଟ ବ୍ଲକରେ ୧୦.୦ମିମି, ସିମିଳିଗୁଡା ବ୍ଲକରେ୮.୦ ମିମି , କୋରାପୁଟ ବ୍ଲକରେ ୬.୬ମିମି, ପଟାଙ୍ଗୀ ବ୍ଲକରେ ୬.୨ମିମି, ନନ୍ଦପୁର ବ୍ଲକରେ ୬.୦ମିମି, ବନ୍ଧୁଗାଁ ବ୍ଲକରେ ୪.୦ ମିମି, ଦଶମନ୍ତପୁର ବ୍ଲକ ରେ ୩.୦ମିମି, ଜୟପୁର ବ୍ଲକରେ ୨.୬ ମିମି , ବୈପାରିଗୁଡା ବ୍ଲକରେ ୨.୦ମିମି ବର୍ଷା ହୋଇଥିବା ବେଳେ କୋଟପାଡ,ବୋରିଗୁମ୍ମା ଓ କୁନ୍ଦ୍ରା ବ୍ଳକ୍ ରେ ୦ ପରିମାଣର ବର୍ଷା ରେକର୍ଡ ହୋଇଥଲା।