ଲଦାଖରେ କାର୍ଜ୍ୟରତ ଜଣେ ଯବାନଙ୍କୁ କରୋନାରେ ସଂକ୍ରମିତ
ଜମ୍ମୁ : ଭାରତୀୟ ସେନାର ଲଦାଖରେ କାର୍ଜ୍ୟରତ ଜଣେ ଯବାନଙ୍କୁ କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ଜଣ ପଡିଛି । ଯବାନ ଜଣକ ଲଦାଖ ସ୍କାଉଟର କରଜ୍ୟରତା ଥିବା ସୂଚନା ମିଳିଛି । ଯବାନଙ୍କ ପିତା ଗତ କେତେ ଦିନ ତଳେ ଇରାନରୁ ଫେରିଥିଲେ । ତାଙ୍କ ଠାରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥାଇ ପାରେ ବୋଲି ପ୍ରଥିମିକ ସ୍ତରରେ ସନ୍ଦେହ କରାଯାଉଛି । ଯବାନ ଜଣକ ବର୍ତମାନ ଚିକିତ୍ସାଧୀନ ରହିଛନ୍ତି । ଏଥିସହ ତାଙ୍କ ପତ୍ନୀ ଏବଂ ଭଉଣୀଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେହିପରି ଲଦାଖରେ କରୋନା ପଜିଟିଭ୍ ଥିବା ଯବାନଙ୍କ ସହ ରହିଥିବା ଅନ୍ୟ ଯବାନଙ୍କୁ ମଧ୍ୟ ଅଲଗା ରଖାଯାଇ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଆଠ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଜିଏମସି କାଠୁଆରେ ଠାରେ ଚିକିଛ ପାଇଁ ଭର୍ତ୍ତି କରାଯାଇ ଉଭୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି ।