ବନଖଣ୍ଡସ୍ତରୀୟ ଗଜ ସାଥୀ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବନାଞ୍ଚଳ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଏକ ଦିବସୀୟ ଗଜ ସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା,ଗୁଣୁପୁର, କଲ୍ୟାଣସିଂହପୁର ଓ ମୁନିଗୁଡ଼ା ବନାଞ୍ଚଳ ରୁ ୨୦୦ ଜଣ ଗଜ ସାଥୀ ଅଂଶ ଗ୍ରହଣ କରିଥିବା ବେଳେ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ ,ସନ୍ଦିପ କୁମାର ପୃଷ୍ଟି,ସତୀସ କୁମାର ଧରୁଆ, ଅବୈତନିକ ଜିଲ୍ଲା ବନ୍ୟ ପ୍ରାଣୀ ତତ୍ବାବଧାରକ ଗୌରାଙ୍ଗ ଚରଣ ରାଉତ,ବନାଞ୍ଚଳ ଅଧିକାରୀ କାମେଶ୍ୱର ଆଚାରୀ,ଚନ୍ଦନ କୁମାର ଗମାଙ୍ଗ,ଗଙ୍ଗାଧର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗଜ ସାଥୀ ମାନଙ୍କୁ ସେମାନଙ୍କ ମୌଳିକ ଦାୟିତ୍ଵ,ହାତୀ ମାନଙ୍କ ସହ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା,ଜନ ସଚେତନତା ସୃଷ୍ଟି ,ସୂଚନା ପ୍ରଦାନକାରୀଙ୍କ ଭୂମିକା ବିଷୟରେ ସମ୍ବୋଧିତ କରିଥିଲେ। ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରବିଣ କୁମାର ଦାସଙ୍କ ସଂଯୋଜିତ ଉକ୍ତ ଶିବିରରେ ଗୁଣୁପୁର ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର ହାତୀ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଷମକଟକର ବନରକ୍ଷୀ ପ୍ରଭାତ କୁମାର ବେହେରା, ଜଗୁଆଳି ରାଇବ ହିକକାଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ଓ ସମସ୍ତ ଗଜ ସାଥୀଙ୍କୁ ଟୋପି,ଗଞ୍ଜି ଓ ପାଣି ବୋତଲ ପ୍ରଦାନ କରାଯାଇଥିଲା। ସାମାଜିକ କର୍ମୀ ଦୋଳଗୋବିନ୍ଦ ନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବନପାଳ ସୁଶ୍ରୀ ପ୍ରମୋଦିନି ମାଣ୍ଡାଙ୍ଗି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ରୋନିଚ ମହାରଣା,ବିଶ୍ଵଜିତ ମହାରଣା ପରିଚାଳନା ରେ ସହଯୋଗ କରିଥିଲେ। ଚାରୋଟି ବନାଞ୍ଚଳରୁ ସମସ୍ତ ବନପାଳ ମାନେ ଉପସ୍ଥିତ ଥୀଲେ।


