ଲଦାଖ ଓ ଗଲଓ୍ୟାନ ଘାଟିରେ ସହିଦ ଭାରତୀୟ ସେନାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା (ଚିତ୍ତରଞ୍‌ଜନ ଦାସ) : ଲଦାଖର ଭାରତ ସୀମାରେ ଗଲଓ୍ୟାନ ଘାଟିର ସୀମାରେ ଚୀନସେନାଙ୍କ ସହ ଲଢି ସହିଦ ହୋଇଥିବା ୨୦ଜଣ ଭାରତୀୟ ସେନା ଓ କର୍ଣ୍ଣେଲଙ୍କୁ ସମ୍ମାନ ଜଣାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଛକସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ କେନ୍ଦ୍ରାପଡା ବିଜୁ ଜନତାଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡାଙ୍କ ନେତୃତ୍ୱରେ ୨୦ଜଣ ବୀର ଯବାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ସୂର୍ଗତ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ମହମବତୀ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟାକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଶିବ ପ୍ରସାଦ ଭଳ, ରଞ୍ଜିତ ସାହୁ, ଶ୍ରୀକାନ୍ତ ପଣ୍ଡା, ନଗର ବିଜେଡି ସଭାପତି ଯଯାତୀକେଶରୀ ମହାନ୍ତି, ମଙ୍ଗଳବରଣ ସିଂ, ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର, ପ୍ରଦୀପ୍ତ ମହାନ୍ତି, ବିଜୟ ପତି, ବିଜୟ ମଣ୍ଡଳ, ଗୋପାଳ ମହାପାତ୍ର, ଦୁଷ୍ମନ୍ତ ମଳିକ, ରଞ୍ଜନ ସାହୁ, ରେବତୀରମଣ ଦାସ, ରଞ୍ଜନ କର, ସେକ ଚନ୍ଦନ, ସେକ ଗୋଫ୍ରାନ, ମହମ୍ମଦ ନିଆଜ, ସାହେବସାହିଲ ରାଉତ, ମାନସ ଦାସ, ଦେବେନ୍ଦ୍ର ରାଉତ, ଗୁରୁଚରଣ ପଢିହାରୀ, ଦୀନବନ୍ଧୁ ନାୟକ, ନାରାୟଣ ସାହୁ, ଅକମଲ ଅଲ୍ଲୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ