ଲବଣଜମିରେ ଏରୋଡ୍ରମ କିମ୍ବା ଲବଣଶିଳ୍ ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତିଙ୍କୁ ରାମଚନ୍ଦ୍ରପଣ୍ଡାଙ୍କସ୍ମାରକପତ୍ର ପ୍ରଦାନ

ଗଞ୍ଜାମ, (ବିନୋଦ ପଲାଇ):କେନ୍ଦ୍ର ସରକାରଙ୍କ ଲବଣ କମିଶନ ଅଧୀନରେ ଜାତୀୟ ରାଜପଥ (୧୬)ର ଗଞ୍ଜାମ ଓ ହୁମ୍ମା ମଧ୍ୟରେ ଲୁଣ ଚାଷ ନହୋଇ ପଡିଆ ପଡିରହିଥିବା ଲବଣ ଜମିରେ ସବୁଜ ଏରୋଡ୍ରମ କିମ୍ବା ଲବଣ ଶିଳ୍ପ କରିବା ପାଇଁ ଭୁବେନେଶ୍ୱର ସ୍ଥିତ ରାଜଭବନ ଠାରେ ଗତ କାଲି ରାତିରେ ମହାମହିମ ରାଷ୍ଟପତି ଦ୍ରୋପତି ମୁର୍ମୁଙ୍କୁ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା l ସାକ୍ଷାତ କରି ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି lସେ ଦର୍ଶାଇଛନ୍ତି, ହୁମ୍ମା ଆଞ୍ଚଳରେ ୧୪୦୦ ଏକର ଲୁଣ ଜମି ରହିଛି l ଏତେ ବିସ୍ତୂତ ଜମି ରେ ପ୍ରାୟ ୧୫ ବର୍ଷ ଧରି ଲୁଣ ଚାଷ ନହୋଇ ଏବେ ପଡିଆ ପଡି ରହିଛି l ଯାହା ଫଳରେ ଅଖପାଖ ଗ୍ରାମର ୨୦୦୦ ଲୁଣ ଚାଷୀ ଜୀବନ ଜୀବିକା ହରାଇ ବସିଛନ୍ତି l ଅନ୍ୟପକ୍ଷେ ଚାଷ ନହୋଇ ପଡି ରହିଥିବା ଯୋଗୁଁ ଏହି ଲବଣ ଜମିରୁ ଲୁଣ ଧୂଳି, ଧୂସର ବାହାରି ବ୍ୟାପକ ଭାବେ ପରିବେଶ ଦୂଷିତ ହେଉଛି l ଏହି ଆଞ୍ଚଳରେ ଲୁଣ ଚାଷ ପାଇଁ ୧୯୪୨ ମସିହାରେ ଓଡିଶାର ତତକାଳୀନମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ପ୍ରେରଣାରେ ଅନ୍ୟମାନଙ୍କ ସହଯୋଗରେ ଏକ ପ୍ରଥମ ସମବାୟ ସମିତି ଗଠନ ହୋଇଥିଲା l ଲବଣ ଚାଷକୁ ପରିଚଳନା କରାଯାଇଥିଲା ଲୁଣ ଚାଷ ନହେବା ଫଳରେ ସମବାୟ ସମିତି ବନ୍ଦ ହୋଇଯାଇଥିଲା l ଏହି ଲବଣ ଚାଷକୁ ମହାତ୍ମାଗାନ୍ଧୀ ମଧ୍ୟ ପରିଦର୍ଶନରେ ଆସିଥିବା କୁହାଯାଏ l ଏହି ଜମିର ସଦ ଉପଯୋଗ କରିବା ପାଇଁ ଏହି ଜମି ଓ ନିକଟ ଅଞ୍ଚଳରୁ ଅଧିକ ଘରୋଇ ୫୦୦ଏକର ଜମି ସଂଗ୍ରହ କରାଯାଇ, ଏକ “ସବୁଜ ଏରୋଡ୍ରମ” କରାଯାଇପାରିବl ଗଞ୍ଜାମ ବାସିଙ୍କ ଆଶା ଓ ଆକାଂକ୍ଷା ପୂରଣ କରାଯାଇପାରିବ lଏହି ଲବଣ ଜମିରେ ଉତ୍ତର ପାର୍ଶ୍ୱରେ ଜାତୀୟରାଜପଥ (୧୬), ରେଳଧାରଣା ଓ ଦକ୍ଷିଣ ପାର୍ଶ୍ୱରେ ସମୁଦ୍ର ଥିବା ଯୋଗୁ ଯାହା ଯୋଗାଯୋଗ ପରିବହନ ଓ ପର୍ଯ୍ୟଟକ ଦୃଷ୍ଟିରୁ ସୁବିଧାଜନକ ହେବା ସହ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବ lଦେଶର ସୁରକ୍ଷା ପାଇଁ ମଧ୍ୟ ଏହି ବିମାନ ବନ୍ଦର ଉପଯୋଗ ହେବ, କାରଣ ଏହାର 20କିମି ଦୂରରେ ଗୋପାଳପୂରରେ ” ଆର୍ମି ଟଟ୍ରେନିଂ ସେଣ୍ଟର ଓ 40କିମି ଦୂରରେ ” ଚିଲିକା ନେଭାଲ ” ସେଣ୍ଟର ରହିଛି l ଯଦି ସରକାର ” ଏରୋଡ୍ରମ ” ନକରନ୍ତି, ତୁରନ୍ତ” ଆଧୁନିକ ଏକ ଲବଣ ଶିଳ୍ପର ପୁର୍ନର ଉଦ୍ଧାର ” କରିବା ପାଇଁ ମହାମାନ୍ୟ ରାଷ୍ଟ୍ରପତି ଦ୍ରୋପତି ମୁର୍ମୁଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି , ପୂର୍ବତନ ଉପବାଚସ୍ପତି ପଣ୍ଡା lଉଲେଖଯୋଗ୍ୟ, ନିର୍ବାଚନ ପୂର୍ଵରୁ ଗତ ମେମାସ ଛଅ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗ୍ରସ୍ତ ସମୟରେ ପୂର୍ବତନ ଉପବାଚସ୍ପତି ରାମ ପଣ୍ଡା ଏହି ଜମିରେ ଆଧୁନିକ ଲବଣ ଶିଳ୍ପର ପୁର୍ନରଉଦ୍ଧାର କିମ୍ବା ଏରୋଡ୍ରମ କରାଯିବାନେଇ ଏକ ସ୍ମରକପତ୍ର ମଧ୍ୟ ପ୍ରଦାନ କରିଥିଲେ l ଇତି ମଧ୍ୟରେ ପୂର୍ବତନ ଉପବାଚଷ୍ପତି ପଣ୍ଡାଙ୍କ ଦାବି ଯୋଗୁ ଏୟାରପୋର୍ଟ ଅଥରୀଟି ଅଫ ଇଣ୍ଡିଆର ଟିମ ଏହି ସ୍ଥାନ ପରିଦର୍ଶନ କରିଥିଲେ l ସେହିପରି ସୋଲାରପାୱାର ପ୍ଲାଣ୍ଟ, ଏବଂ ପାରାଦ୍ୱୀପ ବନ୍ଦରରୁ ଆସିଥିବା ଏକ ଟିମ ଗତ ନଭେମ୍ବର ମାସରେ ଋଷିକୂଲ୍ୟା ମୁହାଣ ପରିଦର୍ଶନ କରି ଫେରିଛନ୍ତି l ଏହି ସମୟରେ ମୁହାଣ ସହ ଲୁଣଜମିର କୌଣସି ସଂଯୋଗ ରହିଛି କି ତାହା ପରୀକ୍ଷିଛନ୍ତି l ଏଠାରେ ବନ୍ଦର କିମ୍ବା କୌଣସି କମ୍ପାନୀ, ଲବଣ ଶିଳ୍ପ ପ୍ରତିଷ୍ଠା ହେବ, ସେନେଇ ଟିମ ସଦସ୍ୟ ମାନେ ସ୍ଥାନୀୟ ଅଧିକାରୀ ଓ ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି lପ୍ରକାଶଥାଉକି, କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏହି ଲୁଣ ଜମିକୁ ରାଜ୍ୟ ସରକାରଙ୍କୁ ପ୍ରଦାନ ନେଇ ସର୍ତ୍ତ ସମ୍ବଳିତ ପ୍ରସ୍ତାବ ଦିଆଯାଇଥିଲା l ଉକ୍ତ ସମୟରେ ତତକାଳୀନ ରାଜ୍ୟ ସରକାର ଏହି ସର୍ତ୍ତକୁ ପ୍ରତ୍ୟାଖାନ କରିଥିଲେ l ସମସ୍ତ ଜମି ବିନା ସର୍ତ୍ତରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ lଫଳରେ କଥା ଆଗକୁ ବଢ଼ିନଥିଲା lବର୍ତମାନ ପୂର୍ବତନ ଉପବାଚଷ୍ପତି ରାମଚନ୍ଦ୍ର ପଣ୍ଡା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ପୃଥକ, ପୃଥକ ଭାବେ ଭେଟି ଆଲୋଚନା କରି ଦାବି ଜଣାଇବା ସହ ଲାଗତର ଉଦ୍ୟମ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପକ୍ରିୟା ଯାହା ଠପ ହୋଇ ପଡିଥିଲା ତାହା ପୁଣି ତ୍ୱରାନ୍ୱିତ ହେବା ସହ ଅଞ୍ଚଳବାସୀଙ୍କ ମଧ୍ୟରେ ନୂତନ ଆଶା ଦେଖାଯାଇଛି l ଯାହାକୁ ନେଇ ଶ୍ରୀ ପଣ୍ଡାଙ୍କୁ ଗଞ୍ଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ ଓ ଗଞ୍ଜାମ ବ୍ଳକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସମେତ ଅଞ୍ଚଳ ବାସି ଧନ୍ୟବାଦ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ