ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି
ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମ ସ୍କୁଲରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଙ୍କ ନିର୍ଦେଶ କ୍ରମେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କ ନେତୃତ୍ୱରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଦୁତିମେଣ୍ଡି ପଞ୍ଚାୟତ ର ସରପଞ୍ଚ ଦମୟନ୍ତି ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାସହିତ ସଂମାନି ତ ଅତିଥି ଭାବେ ସ୍କୁଲ ର ସଭାପତି ଚତୁର୍ଭୁଜ ମଲ୍ଲିକ , ପିତାମ୍ବର କହଁର ଯୋଗ ଦେଇଥିବାବେଳେ ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସ୍କୁଲ ସମସ୍ତ ଷ୍ଟାଫ ସନ୍ଧ୍ୟାରିଣୀ ମହାପାତ୍ର , ବୈଦ୍ୟନାଥ ପାଟ ଯୋଶୀ , ରୋହିତ କୁମାର ବେହେରା , ସୁକାନ୍ତ କୁମାର ସାହୁ , ଋତୁପୂର୍ଣା ରଥ ,ସ୍ନିଗ୍ଧା ରାଣୀ ବେହେରା , ସ୍ୱାତିତନ୍ମୟା ପଣ୍ଡା , ଯୋଗଦେଇ ପୋଷାକ ବିତରଣରେ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପୋଷାକ ଗ୍ରହଣ କରିବା ପରେ ଉତ୍ସାହ ଦେଖିବାବାକୁ ମିଳିଛି ।