ଲମ୍ବା ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ସୁସ୍ମିତା

ମୁମ୍ବାଇ: ଦୀର୍ଘ ୧୦ବର୍ଷ ହେଲା ସୁସ୍ମିତା ସେନଙ୍କୁ ପରଦାରେ ଦେଖିବାକୁ ମିଳିନଥିଲା। ଏବେ କିନ୍ତୁ ସେ ପୁଣି ଥରେ ବଲିଉଡକୁ ଫେରୁଛନ୍ତି। ଏ ନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ଶେଷ ଥର ପାଇଁ ସୁସ୍ମିତା ୨୦୧୦ରେ ଅନୀଜ୍ ବାଜମୀଙ୍କ ଫିଲ୍ମ ‘ନୋ ପ୍ରୋବ୍ଲେମ’ରେ ନଜର ଆସିଥିଲେ। ଏହା ପରେ ପରେ ତାଙ୍କୁ କୌଣସି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇ ନଥିଲେ। ଏବେ ସେ ୧୦ବର୍ଷ ପରେ ପୁଣି ପରଦାକୁ ଫେରୁଥିବା ବିଷୟରେ ଜଣାଇବା ସହ ତାଙ୍କ ପ୍ରଶଂସକମାନେ ଏ ନେଇ ତାଙ୍କୁ ପ୍ରୋତ୍ସାହିତ କରିଥିବା କହିଛନ୍ତି। ନିଜର ଏକ ଫଟୋ ସେ ଇନଷ୍ଟାରେ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ‘ମୋର ଫେରିବାକୁ ନେଇ ପ୍ରଶଂସକମାନେ ପ୍ରାୟ ୧୦ବର୍ଷ ଅପେକ୍ଷା କରିଛନ୍ତି। ପ୍ରତି ପାହାଚରେ ସେମାନେ ମୋତେ ଭଲ ପାଇବା ଦେବା ସହ ପ୍ରୋତ୍ସାହିତ କରିଛନ୍ତି। ଆଜି ସେମାନଙ୍କ ସମର୍ଥନ ଓ ଭଲପାଇବା ପାଇଁ ଦୀର୍ଘ ୧୦ବର୍ଷ ପରେ ମୁଁ ପୁଣି ପରଦାକୁ ଫେରିବାକୁ ଯାଉଛି।’ ତାଙ୍କର ଏଭଳି ପୋଷ୍ଟ ପରେ ସେ ଖୁବ୍ ଶୀଘ୍ର କୌଣସି ଫିଲ୍ମରେ ନଜର ଆସିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ