ଲରେମାନ ଖରସାଇ ନୂତନ କାଶୀନଗର ତହସିଲଦାର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ତହସିଲଦାର ଭାବେ ଲରେମାନ୍ ଖରସାଇ ନିଯୁକ୍ତି ପାଇଥିବା ଜଣାଯାଇଛି । ପ୍ରାପ୍ତ ଖବର ରୁ ଜଣା ପଡ଼ିଛି କି କାଶୀନଗର ତହସିଲଦାର ଥିବା ସିମଞ୍ଚଲ ମହାନ୍ତି ଏଠାରେ ଅବସର ନେବା ପରେ କାଶୀନଗର ବିଡ଼ିଓ ଲକ୍ଷ୍ମୀ ପ୍ରସାଦ ସାହୁ ତହସିଲଦାର ଦାୟିତ୍ଵ ନେଇଥିଲେ । ଏବେ ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଡ଼ିଓ ଥିବା ଶ୍ରୀ ଖରସାଇ କାଶୀନଗର ଠାରେ ତହସିଲଦାର ଭାବେ ନିଯୁକ୍ତି ପାଇଥିବାର ଜଣାଯାଇଛି ।


