ଯୁବକ ନିରୁଦ୍ଧିଷ୍ଟ ଥିବାକୁ ନେଇ ଥାନାରେ ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଗୋଲଗାଁ ଗ୍ରାମର ବିଶ୍ୱନାଥ ରାଉତଙ୍କ ପୁତ୍ର ରଂଜିତ ରାଉତ (୨୪) ଗତକାଲି ରାତି ଠାରୁ ନିଖୋଜ ଥିବାର ଅଭିଯୋଗ ଗୁରାଣ୍ଡି ଥାନାରେ ହୋଇଥିବାର ଜଣାପଡିଛି | ଅଭିଯୋଗ ଅନୁଯାଇ ମାତା ସନ୍ତୋଷି ରାଉତଙ୍କ ନିକଟରେ ପୁତ୍ର ରଂଜିତ ରାଉତ ଶୋଇଥିଲେ l ଭୋର ୪ଘଣ୍ଟା ସମୟରେ ମା ଉଠିବା ସମୟରେ ପୁଅକୁ ଦେଖିବାକୁ ପାଇ ନ ଥିଲେ l ଏହା ପରେ ବହୁଆଡେ ଖୋଜା ଖୋଜି କରିଥିଲେ l ପୁଅଙ୍କ ମୋବାଇଲ କୁ ବାରମ୍ବାର କଲ କରିବା ପରେ ମଧ୍ୟ ଫୋନ ସୁଇଚ ଅଫ ରହୁଥିଲା l ରଂଜିତ ରାଉତ ଙ୍କ ଭାଇ କହିବା ପ୍ରକାରେ ରାତି ୧୧ଘଣ୍ଟା ୩୦ ମିନିଟ ସମୟ ପଯ୍ୟନ୍ତ ସାଙ୍ଗ ମାନଙ୍କ ସହ ରହିଥିଲା | ରଂଜିତଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁବାଧ୍ୟ ହୋଇ ଆଜି ମଧ୍ୟାହ୍ନ ସମୟରେ ଗୁରାଣ୍ଡି ଥାନରେ ଲିଖିତ ଆକାରରେ ରଂଜିତ ରାଉତଙ୍କ ମା ସନ୍ତୋଷି ରାଉତ ଲିଖିତ ଅଭିଯୋଗ ଦେଇଥିଲେ | ଏନେଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି ଯେ, ଅନୁସନ୍ଧାନ ଆରମ୍ଭ ହୋଇଛି |


