ଲାଇଫଲାଇନ ଉଡାଣ ବିମାନ ଦ୍ଵାରା ଦେଶବ୍ୟାପୀ ୧୬୧ ଟନ କାର୍ଗୋ ପରିବହନ

ନୂଆଦିଲ୍ଲୀ : ଲାଇଫଲାଇନ ଉଡାଣ ବିମାନ ଯଥା ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା, ପବନହଂସ ଓ ଅନ୍ୟାନ୍ୟ ଘରୋଇ ବିମାନ ମୋଟ ୧୧୬ଟି ଉଡାଣ କରିଛନ୍ତି । କେବଳ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ଦ୍ଵାରା ୭୯ଟି ଉଡାଣ କରାଯାଇଛି । ଏପର୍ଯ୍ୟନ୍ତ ୧୬୧ ଟନ କାର୍ଗୋ ପରିବହନ ହୋଇଛି । ଭାରତୀୟ ବେସାମରିକ ବିମାନ ଚଳାଚଳ ଓ ଚୀନ ମଧ୍ୟରେ ଯୋଗସୂତ୍ର ରକ୍ଷା କରାଯାଇ ଅତି ଗୁରୁତ୍ଵପୂର୍ଣ୍ଣ ମେଡିକାଲ ସାମଗ୍ରୀ ପରିବହନ କରାଯାଇଛି । ଏପ୍ରିଲ ୪ ତାରିଖ ଦିନ ଚୀନରୁ ୨୧ଟନ ମେଡିକାଲ ସାମଗ୍ରୀ ଅଣାଯାଇଛି । କୋଭିଡ-୧୯ର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ଲାଇଫଲାଇନ ଉଡାଣ ବିମାନରେ ପଠାଯାଇଛି । ଲାଇଫଲାଇନ ଉଡାଣ ବିମାନ ସମ୍ପର୍କିତ ସମସ୍ତ ତଥ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୱେବସାଇଟ www.civilaviation.gov.in ରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ