ଲାକଡାଉନ ସମୟରେ ଆଦିବାସୀଙ୍କ ଲଘୁ ବନଜାତ ଦ୍ରବ୍ୟ କ୍ରୟ

କଳାହାଣ୍ଡି, (ୱାଇଏନ୍‌ଏସ୍‌): ସାରା ବିଶ୍ୱରେ କରୋନା ଭୁତାଣୁ ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଲୋକଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇଛି । ପୂର୍ବରୁ ଜିଲ୍ଲାର ଆଦିବାସୀ ମାନେ ଲଘୁ ବନ ଜାତ ଦ୍ରବ୍ୟକୁ ବିକିବା ପାଇଁ କୌଣସି ବଜାର କିମ୍ବା ସରକାରୀ ସୁବିଧା ସୁଯୋଗ ମିଳୁ ନଥିବା ବେଳେ ଏବେ କରୋନା ଭୁତାଣୁ ଯୋଗୁଁ ଏହି ଦ୍ରବ୍ୟ କିଣିବା କଷ୍ଟ କର ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଏଥିପାଇଁ ଗୁରୁବାର ଦିନ ଏକ ଜରୁରୀ ବୈଠକ ଡାକି ଥିଲେ। ଏହି ବୈଠକରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଓ ଥୁଅମୂଳ ରାମପୁର ଅଞ୍ଚଳ ରେ ବାସ କରୁଥିବା ଆଦିବାସୀଙ୍କ ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ଲଘୁ ବନ ଜାତ ଦ୍ରବ୍ୟ କିଣିବାକୁ ହେବ ବୋଲି ନିଷ୍ପତ୍ତି ନେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଲାଞ୍ଜିଗଡ଼ ବ୍ଲକ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଜରିଆରେ ଟିଡିସିସିଙ୍କ ମାଧ୍ୟମରେ କ୍ରୟ ହୋଇଛି। ଏହି କ୍ରୟ ବ୍ୟବସ୍ଥା କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ କେକେଡିଏ କୁ ଦାଇତ୍ୱ ଦେଇଛନ୍ତି। ଆଦିବାସୀଙ୍କ ଲଘୁ ବନଜାତ ଦ୍ରବ୍ୟ ଆଗରୁ ବିକ୍ରି କରିବା କୌଣସି ମାଧମ ନଥିଲା କିନ୍ତୁ ଜିଲ୍ଲାପାଳ ଙ୍କ ପ୍ରୟାସ ଯୋଗୁଁ ଏହି ଅଞ୍ଚଳ ର ଆଦିବାସୀ ମାନେ ଲଘୁ ବନ ଜାତ ବିକ୍ରୟ ପାଇଁ ଜିଲ୍ଲାପାଳଙ୍କ ବଡ଼ ପଦକ୍ଷେପ । ଏହି ଦ୍ରବ୍ୟ କ୍ରୟ ନିମନ୍ତେ କେକେଡିଏ ସଂସ୍ଥା କୁ ନୋଡାଲ ଏଜେନ୍ସି ରୂପେ ପ୍ରଶାସନ ନିୟୋଜିତ କରିଛନ୍ତି। ପ୍ରଶାସନ ପକ୍ଷରୁ ଏହି ଦ୍ରବ୍ୟ ଗୁଡ଼ିକ ର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରାଯାଇଛି। ପ୍ରଥମ ଥର ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ଆଦିବାସୀଙ୍କ ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିବା ବେଳେ ଆଦିବାସୀ ଯେପରି ଅଭାବୀ ବିକ୍ରିର ଶିକାର ନହେବେ ସେଥିପାଇଁ ଏଭଳି ପଦକ୍ଷେପ କୁ ଆଦିବାସୀ ମାନେ ଖୁସି ବ୍ୟକ୍ତି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ