ଲାଞ୍ଚନେଇ କିରାଣୀ ଗିରଫ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)-୫ ହଜାର ଟଙ୍କା ଲାଞ୍ଚନେଉଥିବା ଅଭିଯୋଗରେ ଗୁରୁବାର ବ୍ରହ୍ନପୁର ଭିଜିଲାନ୍ସ ଏକ ଟିମ୍ କନ୍ଧମାଳ ଜିଲ୍ଲା ପୁର୍ତ୍ତ ବିଭାଗରେ କାର୍ଯ୍ୟରତ କନିଷ୍ଠ କିରାଣୀ ଅମୁଲ୍ୟ କୁମାର ସାହୁ ଗିରଫ କରିଛି । ମିଳିଥିବା ସୂଚନାଅନୁସାରେ ଶଂକର୍ଷଣ ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କର ଫାଇଲ କାମ କରିଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚମାଗିଥିଲେ । ଆଜି ଶଂକର୍ଷଣ ଟଙ୍କା ଯୋଗାଡ କରି ଶ୍ରୀଯୁକ୍ତ ସାହୁଙ୍କୁ ଦେବାସମୟରେ ଭିଜିଲାନ୍ସ ହାତରେ ଧରପଡିଥିଲେ । ଏହି ମାମଲାରେ ଭିଜିଲାନ୍ସ ୪-୨୦ କେଶ୍ ରୁଜୁକରି ଅଧିକ ତଦନ୍ତ ଯାରି ରହିଥିବା ଭିଜିଲାନ୍ସ ଏସ୍‌.ପି ସୂଚନାଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ