ଲାଞ୍ଚୁଆ ଆର ଆଇ କୁ ଅଢେ଼ଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଶ୍ରୀକାନ୍ତ ମିଶ୍ର ଏକ ଲାଞ୍ଚ ମାମଲା ର ଚୂଡ଼ାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ କୁ ଅଢେ଼ଇ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଡଣ୍ଡାଦେଶ କରିଛନ୍ତି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ସାଢ଼େ ୩ ମାସ କାରାଦଣ୍ଡ ଆଦେଶ କରିଛନ୍ତି। ଅଭିଯୁକ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତହସିଲ ବୋଡେ଼ନ ସର୍କଲ ର ଆରଆଇ ଥିବାବେଳେ ଏକ ମ୍ୟୁଟେସନ ମାମଲା ନିମନ୍ତେ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିଲେ। ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଆଶ୍ୱିନ କୁମାର ସାହୁ ଓ ଅତିରିକ୍ତ ପିପି ପି କେ ଦୋରା ମାମଲା କୁ ପରିଚାଳନା। କରିଥିଲେ। ଭିଜିଲାନ୍ସ ପକ୍ଷରୁ ଦୋଷୀ ସାବ୍ୟସ୍ତ ଅବସର ପ୍ରାପ୍ତ ଆରଆଇ ଙ୍କ ପେନସନ ବନ୍ଦ କରିବାପାଇଁ ଉପଯୁକ୍ତ ଅଧିକାରୀ ଙ୍କ ଠାରେ ଆବେଦନ କରାଯିବ ବୋଲି ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ