ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଟ୍ରେଜେରୀ ଆକାଉଣ୍ଟେଣ୍ଟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ);୩ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ  ଆକାଉଣ୍ଟେଣ୍ଟ ସୂଚନା ଅନୁଯାୟୀ ଟିକାବାଲିର ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ସ୍ଥିତ ଜିଲ୍ଲା ଫିସେରୀ ଅଫିସରେ ସହକାରୀ ଫିସେରୀ ଅଫିସର ଭାବେ ୨୦୧୪ରେ ଅବସର ଗ୍ରହଣ କରିଥିଲେ।ଶ୍ରୀ ପାଣିଗ୍ରାହୀଙ୍କର ଏରିଅର ବିଲ ପାଇବାର ଥିଲା ଏହାକୁ ପାସ କରିବା ପାଇଁ ଆକାଉଣ୍ଟେଣ୍ଟ ଅରୁପ କୁମାର ମିଶ୍ର ୩ହଜାର ଟଙ୍କା ଦାବୀ କରିଥିଲେ।ଏହାକୁ ନେଇ ଶ୍ରୀ ପାଣିଗ୍ରାହୀ ବ୍ରହ୍ମପୁର ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ।ଅଭିଯୋଗ ପ୍ରକାରେ ଭିଜିଲାନ୍ସ ଏସପି ଟ୍ରାପ କରିବାକୁ ନିର୍ଦ୍ଦେଶ ଦେବା ପରେ ଯୋଜନା ମୁତାବକ ଶୁକ୍ରବାର ସକାଳ ଏଗାରଟାରେ ଅରୁପ ମିଶ୍ର ଶ୍ରୀ ପାଣିଗ୍ରାହୀଙ୍କ ଠାରୁ ୩ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗର ଜାଲରେ ପଡିଯାଇଥିଲେ ଶ୍ରୀ ମିଶ୍ର ।ତାଙ୍କୁ ସେଠାରେ ଗିରଫ କରି କେମିକାଲ ମିଶା ୩ହଜାର ଟଙ୍କା ଜବତ କରିଥିଲେ।ପରେ ଶ୍ରୀ ମିଶ୍ରଙ୍କ ପିଅନ ପଡା ସ୍ଥିତ ଘର ଚଢ଼ାଉ କରାଯାଇଛି।ଏନେଇ ଭିଜିଲାନ୍ସ ଥାନା କେସ ନଂ୧୦/୨୦୨୦ରେ ରଜୁ କରାଯାଇଛି।ଏହି ଚଢ଼ାଉ ରେ ଡିଏସପି ଏକେ ନାୟକ, ଇନିଷ୍ପେକଟର ଶରତ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ