ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଗ୍ରାମ ରୋଜଗାର ସେବକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ);କୂଅ କାମର ଫାଇନାଲ ବିଲ ପାଇଁ ହିତାଧିକାରୀଙ୍କଠାରୁ ୩୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରା ପଡିଛନ୍ତି ଗ୍ରାମ ରୋଜଗାର ସେବକ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ସୂଚନାରୁ ପ୍ରକାଶଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଂଚାୟତର ରଞ୍ଜନ ଦିଗାଲ ନାମକ ଜଣେ ହିତାଧିକାରୀଙ୍କୁ ମନରେଗା ଯୋଜନାରେ  କୂଅ ଖୋଳିବାକୁ ୧ ଲକ୍ଷ ୬୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହା ପରେ ସେ କୂଅ  ଖୋଳିବା ଆରମ୍ଭ କରିଥିଲେ। ହେଲେ ଫାଇନାଲ୍ ବିଲ ହେଉନଥିଲା। ଏନେଇ ହିତାଧିକାରୀ ଗ୍ରାମ ରୋଜଗାର ସେବକ ଦିଲ୍ଲୀପ କୁମାର ସାହୁଙ୍କୁ ଗୁହାରି କରିଥିଲେ। ୩୨ ହଜାର ଟଙ୍କା ଦେଲେ ଫାଇନାଲ୍‌ ବିଲ୍‌ କରିବି ବୋଲି ଦିଲ୍ଲୀପ କହିଥିବା ଅଭିଯୋଗ ହୋଇଥିଲା। ଏନେଇ ହିତାଧିକାରୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ହିତାଧିକାରୀ ଜଣକ ଦିଲ୍ଲୀପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୨ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ବାକି ୨୦ ହଜାର ଟଙ୍କା ଶୁକ୍ରବାର  ପଞ୍ଚାୟତ କାର୍ଯ୍ୟାଳୟରେ ଦେଉଥିଲେ। ଏହି ସମୟରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।ଫୁଲବାଣୀ ଭିଜିଲାନ୍ସ ଟିମ ଗ୍ରାମ ରୋଜଗାର ସେବକ ଦିଲ୍ଳୀପ କୁମାର ସାହୁଙ୍କୁ ଗିରଫ କରିବା ସହ କୂଅ କାମର ସମସ୍ତ ଫାଇଲକୁ ଜବତ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ