ଲାଞ୍ଚ ନେବାବେଳେ ଡେପୁଟି କଲେକ୍ଟର ଙ୍କୁ ମାଡ଼ିବସିଲା ଭିଜିଲାନ୍ସ

କେନ୍ଦୁଝର,(ଯୁଗାବ୍ଦ ନ୍ୟୁଜ):ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି। ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଆଗରେ ଧରାପଡି ଯାଇଛନ୍ତି। ଜମିଜମା ମାମଲାରେ ଡେପୁଟି କଲେକ୍ଟର ଟଙ୍କା ନେଉଥିଲେ ବୋଲି ଜଣାପଡିଛି। ସୂଚନାନୁସାରେ, ଡେପୁଟି କଲେକ୍ଟର ଚିତ୍ରସେନ ବ୍ରହ୍ମଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବୁଧବାର ଉକ୍ତ ଟଙ୍କା ନେବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଥିବା ଡିଏସପି , ଭିଜିଲାନ୍ସ ସୁଧାଂଶୁ ପୂଜାରୀ ସୂଚନା ଦେଇଛନ୍ତି। ଏହା ପରେ ତାଙ୍କୁ ବିଭାଗୀୟ ଅଧିକାରୀମାନେ ପଚରାଉଚୁରା କରୁଥିବାବେଳେ ତାଙ୍କର ଅଫିସ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଘର ଉପରେ ଚଢାଉ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ