ଲାଞ୍ଜିଗଡର ଦୁର୍ଗମ ଅଞ୍ଚଳରେ ପୁଣି ଜଙ୍ଗଲି ହାତୀ ଉପଦ୍ରବ, ୩ ଘର ଭାଙ୍ଗିଲେ,ଖାଦ୍ୟଶସ୍ୟ ନଷ୍ଟକଲେ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର): ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଛି । ପୁଣି ଗତ ରାତିରେ କୁଟରୁଗୁଡା ଗାଁର ଉମରା ମାଝୀଙ୍କ ଘର ଭାଙ୍ଗି ଘରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଟ କରିଛନ୍ତି। ଗତ ସେପ୍ଟେମ୍ବର ୨୪ ତାରିଖ ଦିନ ଢେପଗୁଡା ବିଟ୍ ର ବେଡାଲ ଖମନ ଗାଁ ନିକଟରେ ଥିବା ଏକ ଆମ୍ବ ତୋଟାରେ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଥିଲା।ଏହା ପରେ ଏହି ଜଙ୍ଗଲୀ ହାତୀପଲ ୧୫ କିଲୋମିଟର ବ୍ୟବଧାନରେ ଘୁରି ବୁଲୁଥିବା ବେଳେ ଗତ ଅକ୍ଟୋବର ୪ ତାରିଖ ଦିନ କୁମଖାଲ ପଞ୍ଚାୟତ ଡେଲାଙ୍ଗଭଟ୍ଟା ଗାଁକୁ ବିଳମ୍ବିତ ରାତିରେ ହାତୀପଲ୍ଲ ଆସି ପ୍ରଥମେ ଭଇରା ମାଝୀଙ୍କ ଘର ଭାଗିବା ପରେ ଟଙ୍କ ମାଝୀଙ୍କୁ ଘରକୁ ଭାଙ୍ଗି ଘରେ ଥିବା ରାସନ ସାମଗ୍ରୀ କୁ ମାଡିଛକଟି ନଷ୍ଟ କରିଥିଲେ। ଘଟଣାର ୪ ଦିନ ପରେ ପୁଣି ଗତ ରାତିରେ ବନ୍ଧପାରି ପଞ୍ଚାୟତ ନିକଟସ୍ଥ ବୁରୀ ଜଙ୍ଗଲରୁ ବିଳମ୍ବିତ ରାତିରେ ଏହି ହାତୀପଲ ବାହାରି କୁଟରୁ ଗୁଡା ଗାଁର ଉମରା ମାଝୀ ଘରକୁ ଭାଙ୍ଗିବା ସହ ତାଙ୍କ ଶୌଚାଳୟ ଘରକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ କରି ଦେଇଛନ୍ତି।ଘଟଣା ସ୍ଥଳେ ବନ ବିଭାଗ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି।ଅଞ୍ଚଳରେ ହାତୀପଲ ରହିଥିବା ବେଳେ ଲୋକେ ଜଙ୍ଗଲ ରାସ୍ତାରେ ଯିବା ପାଇଁ ଭୟଭୀତ ହୋଇଛନ୍ତି।