ଲାଟିଙ୍ଗୀରେ ୧୩ କୋଟିର ଗଞ୍ଜେଇ ଚାଷ ନଷ୍ଟ
ଆର.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲା ଏକ ଆଦିବାସୀ ଅଧୁସିତ ତଥା ବଣ ପାହାଡ଼ ଘେରା ଅଞ୍ଚଳ ହୋଇଥିବାବେଳେ ଏହି ଅଞ୍ଚଳ ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ବର୍ଗ ପାଲଟି ଥିବାବେଳେ ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆର.ଉଦୟଗିରି ଏସ.ଡ଼ି.ପି.ଓ ଅନିଲ କୁମାର ପ୍ରଧାନ ଓ ଥାନା ଅଧିକାରିଣୀ ମମତା ନାୟକ ଏବଂ ଜ଼ିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଆର.ଉଦୟଗିରି ଥାନା ଅନ୍ତର୍ଗତ ନୂଆଁଗଡ଼ ବ୍ଲକର ଅନୁଗୁରୁ ପଞ୍ଚାୟତ ଅନ୍ତର୍ଗତ ଲାଟିଙ୍ଗୀ ଗ୍ରାମ ନିକଟରେ ଥିବା ପାହାଡିଆ ଜମିର ଜଙ୍ଗଲରେ ୬୭.୩୫ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକଲକ୍ଷ ଚଉତିରିସି ହଜାର ସାତଶହ ଗଞ୍ଜେଇ ଗଛକୁ ମେସିନୀ ସାହାଯ୍ୟରେ କାଟି ଉକ୍ତ ଗଞ୍ଜେଇ ଗଛକୁ ପୋଡି ପାଉଁଶ କରାଯାଇଛି l ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ତେରକୋଟି ସତଚାଳିଶି ଲକ୍ଷ ହେବ ବୋଲି ଆର.ଉଦୟଗିରି ଥାନା ଅଧିକାରିଣୀ ମମତା ନାୟକ ସୂଚନା ଦେଇଛନ୍ତି ସୂଚନା ଦେଇଛନ୍ତି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜେଇ ଚାଷ ଉପରେ ରୋକ ଲଗାଯିବ ସହ ଅଞ୍ଚଳକୁ ଏହି ନୀଳ ଜହର ବା ଏହି ଏହି ନିଶା କାରବାରରେ ଲିପ୍ତ ଥିବା ଲୋକଙ୍କ ସାମ୍ରାଜ୍ୟକୁ ସମ୍ପୁର୍ଣ୍ଣ ରୂପେ ବନ୍ଦ କରାଯିବ ବୋଲି ଥାନା ଅଧିକାରିଣୀ ମମତା ନାୟକ ସୂଚନା ଦେଇଛନ୍ତି ! ତେବେ ଆଜିର ଶିକ୍ଷିତ ଯୁବ ସମାଜ କାମ ଧନ୍ଦା ଅଭାବରୁ ଅର୍ଥ ଉପାର୍ଜନ କରିବା ଲାଗି ବାଧ୍ୟ ହୋଇ ଏହି ନିଶା କାରବାରରେ ଲିପ୍ତ ରହିବା ସହ ନିଶା ସେବନ କରି ନିଜ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି ! ତେବେଆଗକୁ ଦେଖିବାକୁ ବାକି ରହିଲା ଏହି ଗଞ୍ଜେଇ ବା ନିଶା କାରବାରର ମୂଳ ପୋଛ ଅଭିଯାନକୁ ପୋଲିସ କେତେ ପରିମାଣରେ ମୂଳ ଉତ୍ପାଟନ କରୁଛି ତାହା ଦେଖିବାକୁ ବାକି ରହିଲା