ଲାଡ ଠାରେ ଅଙ୍ଗନବାଡ଼ି କର୍ମୀ ଚୟନ ରେ ଅନିୟମିତତା ଅଭିଯୋଗ

କୁଚିଣ୍ଡା, (ଯୁଗାବ୍ଦ ନ୍ୟୁଜ):କୁଚିଣ୍ଡା ବ୍ଲକ ବାକ୍ସମା ପଞ୍ଚାୟତ ଅନ୍ତର୍ଗତ ଲାଡ ଠାରେ ଅଙ୍ଗନବାଡ଼ି କର୍ମୀ ଚୟନ ରେ ଅନିୟମିତତା ନେଇ କୁଚିଣ୍ଡା ଉପ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଲାଡ ଅଙ୍ଗନବାଡ଼ି କେନ୍ଦ୍ର ରେ କର୍ମୀ ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ଥିବା ବେଳେ ଏଥିରେ ମୋଟ ୮ ଜଣ ଆଶାୟୀ ଆବେଦନ କରିଥିଲେ। ସେ ମଧ୍ୟରୁ ପମା କିସାନ ଙ୍କ +୨ ର ମାର୍କ ସର୍ବାଧିକ ୩୫୩ ରହି ଥିବା ବେଳେ ସସ୍ମିତା ଲାକଡ଼ା ଙ୍କ ୩୦୧ ମାର୍କ ରହି ଥିଲା। ସସ୍ମିତା ଙ୍କୁ ୨୬ ଗ୍ରେସ ମାର୍କ ମିଳି ଥିବା ବେଳେ ତାଙ୍କ ସର୍ବ ମୋଟ ମାର୍କ ୩୨୭ ରେ ପହଞ୍ଚିଥିଲା। ଅନ୍ୟ ପଟେ ପମା ୧୦ ମାର୍କ ଗ୍ରେସ ପାଇ ତାଙ୍କ ମୋଟ ମାର୍କ ୩୬୩ ରେ ପହଞ୍ଚି ଥିଲା। ସସ୍ମିତା ଙ୍କ ଠାରୁ ପମା ଙ୍କ ମାର୍କ ଅଧିକା ଥିଲେ ମଧ୍ୟ ସସ୍ମିତା ଙ୍କୁ ଅଙ୍ଗୱାଡ଼ି କର୍ମୀ ଭାବେ ଚୟନ କରା ଯାଇଛି। ହେଲେ କମ୍ ମାର୍କ ଥିବା ସତ୍ତ୍ବେ କେମିତି ତାଙ୍କୁ ଚୟନ କରା ଗଲା ବୋଲି ପମା ଅଭିଯୋଗ ଆଣିଛନ୍ତି। ଏନେଇ ସେ ଏକ ଅଭିଯୋଗ ପତ୍ର ବୁଧବାର ଦିନ କୁଚିଣ୍ଡା ଉପ ଜିଲ୍ଲାପାଳ ଗୌରବମୟ ପ୍ରଧାନ ଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଘଟଣା ର ତଦନ୍ତ କଟା ଯିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ