ଲାଭନ୍ୱିତ ହେବେ ଓଡିଶାର ଶିଳ୍ପ ସଂସ୍ଥା

ପାରାଦ୍ୱୀପ, (ପୀତବାସ ପ୍ରଧାନ) : ପାରାଦ୍ୱୀପ ବନ୍ଦରରେ ଜୁଲାଇ ୧୧ତାରିଖ ଶନିବାର ଦିନ ଆନ୍ତର୍ଯ୍ୟାତିକ ସ୍ତରୀୟ କଣ୍ଟେନର ସେବା ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଏହି ଐତିହାସିକ ସେବାର ସୁଭ ଉଦଘାଟନ କରଥିଲେ । ସୂଚନା ଥାଉକି ଓଡିଶାର ଏହି ସେବା ନଥିବା ଯୋଗୁଁ ଓଡିଶାର ଶିଳ୍ପ ବ୍ୟବସାୟୀମାନେ କଲିକତା ଓ ଭାଇଜାଗ ବନ୍ଦର ରେ କଣ୍ଟେନର ସେବା ଉପେର ନିର୍ଭର କରୁଥିଲେ । କିନ୍ତୁ ପାରାଦ୍ୱୀପ ବନ୍ଦର ଠାରେ ଆରମ୍ଭ ହୋଇଥିବା ଏହି ସେବା ଦ୍ୱାରା ଓଡିଶା ବ୍ୟବସାୟୀମାନେ ପାରାଦ୍ୱୀପରୁ ବିଶ୍ୱର ଯେ କୌଣସି ଦେଶକୁ କଣ୍ଟେନର ରେ ସେମାନଙ୍କ ସାମଗ୍ରୀ ପଠାଇପାରିବେ । ବିଶେଷ କରି ସାମୁଦ୍ରିକ ମାଛ ଶିଳ୍ପ ସମେତ ଓଡିଶାର ଛୋଟ ବଡ ଶିଳ୍ପ ସଂସ୍ଥା ମଧ୍ୟ ଏଥିରେ ଲାଭନ୍ୱିତ ହୋଇାପରିବେ । ଏହି ବ୍ୟସ୍ଥା ପ୍ରଚଳନ ଦ୍ୱାରା ପରିବହନ ଖର୍ଚ୍ଚ ବହୁ ପରିମାଣରେ କମ ରହିବ ଏବଂ ପାରାଦ୍ୱୀପ ବନ୍ଦରରେ ଏହି ସେବା ଆରମ୍ଭ ହେବା ଏକ ଗୌରବ ଓ ଐତିହାସକ ବିଷୟ ବୋଲି ଉଦ୍‌ଘାଟନୀ ଅବସରେ ବନ୍ଦରାଧ୍ୟକ୍ଷ ଶ୍ରୀ ରଏ ପ୍ରକାଶ କରିଥିଲେ । ତେବେ ଏହି ଅବସରରେ ପ୍ରଥମ କରି କଣ୍ଟେନର ପରିବହନ କରୁଥିବା ଏମ୍‌ଭି.ପଦୁଭୂମ୍ ୧୫୦ ଟି ଖାଲି କଣ୍ଟେନର ନେଇ ମାଲେସିଆ କ୍ଳାଙ୍ଗ ବନ୍ଦରରୁ ପାରାଦ୍ୱୀପ ବନ୍ଦରକୁ ଆସିଛି । ଏହା ସାମଗ୍ରୀ ବହନ କରି ମାଲେସିଆ ଓ ତତ୍‌ପରେ ୟୁରୋପ ଅଭିମୁଖ୍ୟ ଯାତ୍ରା କରିବ ବୋଳି ଅଧ୍ୟକ୍ଷ ଶ୍ରୀ ରଏ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ