ନିଖୋଜ ବୋଟ୍ ଓ ୧୫ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ

ପାରାଦ୍ୱୀପ, (ପୀତବାସ ପ୍ରଧାନ) : ଗଭୀର ସମୁଦ୍ରରେ ମାଛ ଧରୁଥିବା ସମୟରେ ଯାନ୍ତ୍ରୀକ ତୃତି ଯୋଗୁଁ ମାଛଧରା ବୋଟ୍ ଖରାପ ଯୋଗୁଁ ଗଭୀର ସମୁଦ୍ରରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପଶ୍ଚିମବଙ୍ଗ କାକଦ୍ୱୀପ ର ୧୫ଜଣ ମତ୍ସ୍ୟଜୀବୀଙ୍କୁ ଭାରତୀୟ ତଟ୍ଟରକ୍ଷୀ ବହିନୀ ଉଦ୍ଧାର କରିଛି । ପଶ୍ଚିମବଙ୍ଗ ସୀମାରେ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀଙ୍କୁ ନିରାପଦ ଭାବେ ସେଠାକାର ମତ୍ସ୍ୟଜୀବୀ ସଂଘ ମାଧ୍ୟମରେ କାକଦ୍ୱୀପ ପଠାଇଦିଆଯାଇଛି । ଘଟଣାରୁ ପ୍ରକାଶ ପଶ୍ଚିମବଙ୍ଗ କାକଦ୍ୱୀପର ମାଛଧରା ବୋଟ୍ କିଷ୍ଣାକହ୍ନେୟା ଗଭୀର ସମୁଦ୍ରରେ ମାଛ ଧରୁଥିବା ସମୟରେ ଜୋରରେ ପବନ ଓ ସୁମଦ୍ର ଅଶାନ୍ତ ହେବାରୁ ମାଛଧରା ବୋଟ ରେ ଯାନ୍ତ୍ରୀକ ତୃଟି ଘଟି ଲକ୍ଷ୍ୟହୀନ ଭାବେ ୨୪ଘଣ୍ଟା ମଧ୍ୟରେ ୧୫ନଟିକଲ ମାଇଲ ଗତି କରିଥିଲା । ଅଶାନ୍ତ ସମୁଦ୍ରରେ ବୋଟ ଉପରେ ମତ୍ସ୍ୟଜୀବୀ ମାନେ ନିୟନ୍ତ୍ରଣ ହରାଇ କ୍ଳାନ୍ତ ହୋଇପଡିଥିଲେ । ଏହାପରେ ସେମାନେ ତଟ୍ଟରକ୍ଷୀ ବାହିନୀକୁ ଭିଏଚ୍‌ଏଫ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଖବରପାଇ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ କରୁଥିବା ତଟ୍ଟରକ୍ଷୀ ବାହିନୀ ଜାହାଜ ବିଜୟା ତୁରନ୍ତ ସକ୍ରିୟ ହୋଇଯାଇଥିଲା । ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ବିଜୟ ସିଂ ଙ୍କ ତତ୍ତ୍ୱାବଧାନରେ ବୋଟଟିକୁ ବିପଦପୂର୍ଣ୍ର ଅବସ୍ଥାରେ ଠାବ କରାଯାଇଥିଲା । ତତ୍‌ପରେ ବୋଟ ଏବଂ ଏଥିରେ ଥିବା ୧୫ଜଣ ମତ୍ସ୍ୟଜୀବୀ ସଂଘକୁ ହସ୍ତାନ୍ତର କରାଯାଇଥିଲା । ସୂଚାନ ଥାଉକି ଠିକଣା ସମୟରେ ତଟ୍ଟରକ୍ଷୀ ବାହିନୀ ଏହି ବୋଟକୁ ଠାବ କରିନଥିଲେ । ଏହି ବୋଟ ଟି ବିଦେଶୀ ସମୁଦ୍ର ସୀମାରେ ପହଞ୍ôଚଥାନ୍ତା ନଚେତ ଏହା ବୁଡି ଏଥିରେ ଥିବା ମତ୍ସଜୀବଙ୍କ ପ୍ରାଣ ହାନୀ ଘଟିଥାନ୍ତା ବୋଲି ତଟ୍ଟରକ୍ଷୀ ବାହିନୀର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ । ତେବେ କୋଷ୍ଟଗାର୍ଡ ର ଏହି କାର୍ଯ୍ୟକୁ ମତ୍ସ୍ୟଜୀବ ମହଲରେ ବେସ୍ ପ୍ରଶଂସା କରାଯିବା ସହ ସୋମନଙ୍କୁ ସାଧୁଦାଦ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ