ଲାଲ୍ ବିହାରୀ ହିମିରିକା ଗୁରୁତର ବିଶାଖାପାଟଣାକୁ ସ୍ଥାନାନ୍ତର

ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ତଥା ରାୟଗଡ଼ା ବିଜୁ ଜନତା ଦଳ ଜିଲ୍ଲା ସଭାପତି ଲାଲ୍ ବିହାରୀ ହିମିରିକା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି । ସକାଳେ ଶ୍ରୀ ହିମିରିକାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେ ଜ୍ୱର, ଉଚ୍ଚ ରକ୍ତଚାପ, ମଧୁମେହ, ସଂକ୍ରମଣ ରୋଗରେ ପୀଡ଼ିତ ଥିବା ଜଣା ପଡ଼ଛି । ଭେଷଜ ବିଶେଷଜ୍ଞ ଡା. ସୁରେଶ ଦେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ମେଡିକାଲର ୧୬ନଂ କ୍ୟାବିନରେ ଶ୍ରୀ ହିମିରିକାଙ୍କ ଚିକିତ୍ସା ଚାଲିଥିଲା । ତେବେ ସଂଧ୍ୟା ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।
ଗତ କିଛି ଦିନ ହେଲା ଶ୍ରୀ ହିମିରିକା ଅସୁସ୍ଥତା ଅନୁଭବ କରି ଆସୁଥିଲେ । ଗତକାଲିଠାରୁ ଜ୍ୱର ହେବା ପରେ ସକାଳେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା । ପରିବାର ଲୋକ ପୂର୍ବାହ୍ନ ୧୧ଟାରେ ଶ୍ରୀ ହିମିରିକାଙ୍କୁ ମେଡିକାଲ୍ ଆଣିଥିଲେ । ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ଔଷଧ ଦେବା ସତ୍ତ୍ୱେ ମଧୁମେହ, ଉଚ୍ଚ ରକ୍ତଚାପ ନ କମିବା କାରଣରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ